କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ ପୁରୁଣା ଆଳତୁମା ଗାଁର ଶିକ୍ଷକ ସନାତନ ପଟ୍ଟନାୟକ । ପେଶାରେ ଜଣେ ବିଜ୍ଞାନ ଶିକ୍ଷକ l ଆଳୁତୁମା ହାଇ ସ୍କୁଲରେ ଶିକ୍ଷକ ଭାବେ ନିୟୋଜିତ ଅଛନ୍ତି କିନ୍ତୁ ନିଶା ତାଙ୍କର ତାଳ ଗଛ ଲଗେଇବା । ଗାଁର କିଛି ବନ୍ଧୁ ଏବଂ କୃଷକଙ୍କୁ ନେଇ ଗାଁ ପାଖ ରାମିଆଳ ନଦୀ ପଠାରେ ତାଳ ଗଛ ଲଗେଇବା ଆରମ୍ଭ କରି ଦେଇଛନ୍ତି । ଆଜିର ସମାଜରେ ତାଳ ଗଛ ଧୀରେ ଧୀରେ ଲୋପ ପାଇବା ସହିତ ବଜ୍ରାଘାତ ବଡ଼ ବିପତ୍ତି ସୃଷ୍ଟି କରିଛି । ଯାହାକୁ ନେଇ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ସନାତନ ସାର୍ । ଟାର୍ଗେଟ ରହିଛି ଚଳିତ ବର୍ଷ ସେ ୫ଶହଟି ତାଳ ଗଛ ରୋପଣ କରିବେ । ତେବେ ନିକଟରେ ଏ ନେଇ ସରକାର ତାଳ ଗଛ ପାଇଁ ନୂତନ ସଂସ୍କରଣ ଆଣିଥିବା ବେଳେ ବନବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଥିଲା । ତେବେ ଗାଁ ହେଉ ଅବା ସହର, ମନ୍ଦିର, ନଦୀ ପଠା, ପଡିଆରେ ଏହି ବୃକ୍ଷ ରୋପଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସମସ୍ତେ ତାଳ ଗଛ ଲଗାଇଲେ ସମାଜରେ ଅନେକ ଛୋଟ ଛୋଟ ଜୀବଙ୍କ ପ୍ରଜାତି ଉଦ୍ଧାର ହୋଇପାରିବ । ଏଥିସହିତ ବଜ୍ରାଘାତ ଭଳି ବଡ଼ ବିପତ୍ତିରୁ ରକ୍ଷା ପାଇ ପାରିବା । ଏହି ତାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକ ସାହାଯ୍ୟ କରିଥିଲେ ।