ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

ନୂଆପଡ଼ା(ବିରବଲ ପ୍ରଧାନ): ନୁଆପଡା ଜିଲ୍ଲା ଅନ୍ତର୍ଗତ କୋମନା ଥାନା ତରବୋଡ ଫାଣ୍ଡି ବେଲରଦନା ଗାଁ ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ହେଲେ ଖଡ଼ିଆଳ ଥାନା ବରଗାଁ ପଞ୍ଚାୟତ ବେନ୍ଦ୍ରବାହାଲ ଗାଁର ରଞ୍ଜନ ଶବର । ଗତ କିଛିଦିନ ତଳେ ଖଡ଼ିଆଳ ଥାନା ବରଗାଁ ପଞ୍ଚାୟତ ବେନ୍ଦ୍ରବାହାଲ ଗାଁର ଗଜ ଶବରଙ୍କ ପୁଅ ରଞ୍ଜନ କୌଣସି କାମରେ ରାୟପୁରକୁ ଯାଇଥିଲେ । ଆଜି ସକାଳେ ବେଲରଦନା ଓ ସିଲଟପାଣି ଗାଁର ମଧ୍ୟବର୍ତ୍ତି ସ୍ଥାନର ଏକ ଚାଷଜମିରେ ଥିବା ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଲୋକେ ଦେଖୁଥିଲେ । ପରେ ଖବର ପାଇ ତରବୋଡ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା I ତେବେ ଏକ କପଡା ବେକରେ ବାନ୍ଧି ସେ ଗଛରେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରିଛି । ଅପରାହ୍ନରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଯୁବକଙ୍କ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ ।