ବିଳମ୍ବିତ ରାତିରେ ଜଲିଗଲା କାର୍, କାରଣ ଅସ୍ପଷ୍ଟ…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଜାତୀୟ ରାଜପଥ ୨୬  ଡ଼ାକ ବଙ୍ଗଳା ନିକଟରେ ପାର୍କିଂ ଥିବା ଏକ କାରରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଆଁ ଲାଗି କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି । କାରରେ ନିଆଁ ଲାଗିଥିବା ଦେଖି କାର ମାଲିକ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାର ସମ୍ପୂର୍ଣ୍ଣ ପୋଡି ଯାଇଛି । କାର ଆମପାଣି ଗ୍ରାମର ଶୁଭମ ପାଣିଗ୍ରାହୀଙ୍କ ହୋଇଥିବା ବେଳେ ଏନେଇ ବୁଧବାର ସକାଳେ ଗାଡ଼ି ମାଲିକ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଡ଼ିରେ ସର୍ଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ମାଲିକ ଅନୁମାନ କରିଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଏନେଇ ଆମପାଣି ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି ।