ବ୍ଳକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ….

ଭବାନୀପାଟଣା(ତୁଲମଣୀ ନାଗ): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣୀ ଶିବିର ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୧ ଜଣ ଆବେଦନକାରୀ ନିଜେ ନିଜର ଆପତ୍ତି ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ୪୨ ଟି ବ୍ୟକ୍ତିଗତ ରହିଥିବା ବେଳେ  ୧୯ ଗୋଟି ଗ୍ରାମ୍ୟ ତଥା ସାମୁହିକ ଥିଲା । କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ସମସ୍ତ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମାଧାନ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଜନଶୁଣାଣୀ  ଶିବିରରେ ୧୧ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଜନଶୁଣାଣୀ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଧର୍ମଗଡ ଧିମାନ ଚାକମା, ସି.ଡି.ଏମ.ଓ , କଳାହାଣ୍ଡି ଶ୍ରୀମତୀ ଡଃ. ସୁଚିତା ପାଣି, ପି.ଏ.ଆଇ.ଟି.ଡି.ଏ (ଥୁଆମୁଳ ରାମପୁର)ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ବି.ଡି.ଓ., ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଜଣଙ୍କୁ ସହାୟତା ପ୍ରଦାନ ମଞ୍ଜୁର କରାଯାଇଥିଲା ।