ଭଞ୍ଜନଗର(ନିଲୁ ବିଷୋୟୀ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକାକାଳୀନ ୯ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉ ସମୟରେ ପ୍ରସନ୍ନ ସ୍ୱାଇଁଙ୍କ ବ୍ରହ୍ମପୁର ଠାରେ ୪ ମହଲା ବିଶିଷ୍ଟ କୋଠା ଯାହାର କି ଆନୁମାନିକ ମୂଲ୍ୟ ୨କୋଟି ୪୦ଲକ୍ଷ ହେବ ବୋଲି ବିଭାଗ ସୂଚନା ଦେଇଛି । ଏଥି ସହିତ ୬ ଗୋଟି କୋଠା, ୧୧ ଲକ୍ଷ ୫୦ ହଜାର ଟଙ୍କାର ଜମା ଯାଞ୍ଚ ସମୟରେ ମିଳିଛି । ବୁଧବାର ଦିନ ତମାମ ଏହି ଚଢ଼ାଉ ଚାଲିଥିବା ବେଳେ ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ୬୦୦ ବର୍ଗଫୁଟ ଏକ ଘର୍, ୩୦୦ବର୍ଗଫୁଟର ଏକ ୩ ମହଲା ଘର, ୨୫୦୦ବର୍ଗ ଫୁଟର ୩ ମହଲା ଘର, ୱାର୍ଡ ନଂ୬ରେ ଥିବା ନିର୍ମାଣାଧାନ ଦୁଇମହଲା ଘର, ଲୁଦୁଲୁଦି ଗ୍ରାମର ପୈତୃକ ଘର ଏଥି ସହ ପାଞ୍ଚଟି ଦାମୀ ପ୍ଲଟ ଭେଜିପୁଟ, ଲାଲସିଂ, ବଡପଡା ଓ ବ୍ରହ୍ମପୁରରେ ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି । ଭଞ୍ଜନଗର କାଯ୍ୟାଳୟରେ ମଧ୍ୟ ଏକ ଟିମ କାଗଜପତ୍ର ଯାଞ୍ଚ କରିଥିଲା । ଇଂ ପ୍ରସନ୍ନ ସ୍ୱାଇଁ ୨୦୦୩ ମସିହାରେ ଠିକାରେ କନିଷ୍ଠ ଯନ୍ତ୍ରୀ ଭାବେ ଖରିଆରରେ କାଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ୨୦୧୦ ମସିହାରେ ଭଞ୍ଜନଗର ଜଳ ସମ୍ପଦ ବିଭାଗରେ କାଯ୍ୟ କରୁଥିବା ବେଳେ ୨୦୧୩ ମସିହାରେ ସହକାରୀ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିଲେ । ଦୀର୍ଘ ୧୪ ବର୍ଷ ଧରି ସେ ଏହି ଜାଗାରେ କାଯ୍ୟ କରୁଥିବା ଯାଞ୍ଚ ସମୟରେ ଭିଜିଲାନ୍ସ ଜାଣିବାକୁ ପାଇଥିଲା । ଏହି ଚଢ଼ାଉରେ ଭିଜିଲାନ୍ସର ୭ ଜଣ ଡିଏସପି ଓ ୫ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଡିଏସ୍ପି ସବିତାଞ୍ଜଳି ନାୟକ, ଶରତ ଚନ୍ଦ୍ର ସାହୁ, କୁମୁଦିନି ସାହୁ, ସୁରେଶ କୁମାର କହଁର, ବୈଦେଇ ବେହେରା, କ୍ରିଷ୍ଣା କୁମାରୀ ପ୍ରଧାନଙ୍କ ସମେତ ବିଭିନ୍ନ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିଲେ ।