ନୂଆପଡାରୁ ପ୍ରବାସୀ ଶ୍ରମିକ ପ୍ରଥାର ମୁଳୋତ୍ପାଟନ ହେବ….

ନୂଆପଡା(ବିରବଲ ପ୍ରଧାନ): ବୋଡେ଼ନ ବ୍ଲକର ପ୍ରବାସୀ ଶ୍ରମିକ ପ୍ରବଣ ଅଞ୍ଚଳ ଲିଟିସର୍ଗି ପଞ୍ଚାୟତରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଆଜି ଏକ ସାଧାରଣ ସଭାରେ ଯୋଗଦେଇ ଶ୍ରମିକମାନଙ୍କ ସହିତ ଭାବ ଆଦାନ ପ୍ରଦାନ କରିଛନ୍ତି l ଏହି ସଭାରେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଳା ଉନ୍ନୟନ ଅଧିକାରୀ, ଉପ ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ l ପଞ୍ଚାୟତିରାଜ, ବନବିଭାଗ, ଶ୍ରମ ବିଭାଗ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ପଶୁପାଳନ, ଜଳଛାୟା ପ୍ରକଳ୍ପ, ହସ୍ତଶିଳ୍ପ, ସାମାଜିକ କଲ୍ୟାଣ ଇତ୍ୟାଦି ବିଭିନ୍ନ ବିଭାଗରେ ରୋଜଗାର ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି l ନିଜ ଗ୍ରାମ ତଥା ପଂଚାୟତରେ ପର୍ଯ୍ୟlପ୍ତ ଶ୍ରମ ଭିତ୍ତିକ ରୋଜଗାର ଜିଲ୍ଲା ପ୍ରଶାସନ ଯୋଗାଇ ଦେବା ବ୍ୟବସ୍ଥା କରିଥିବାରୁ କେହି ଜଣେ ମଧ୍ୟ ନିଜ ଭିଟାମାଟି ଛାଡି ଯନ୍ତ୍ରଣା ଦାୟକ ପ୍ରବାସୀ ଶ୍ରମିକ ଭାବରେ ନ ଯିବାପାଇଁ ଜିଲ୍ଲପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି l