ବିଷାକ୍ତ ଛତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭର୍ତ୍ତି….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ମୋହନା ଥାନା ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ଚାରିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗତକାଲି ଜଙ୍ଗଲରୁ ଛତୁ ଆଣି ରାତ୍ର ସମୟରେ ରୋଷେଇ କରି ଖାଇଥିଲେ । ଖାଇଲା ପରେ ପରିବାରର ଚାରିଜଣ ମା ଝିଅଙ୍କ ସହ ପିଉସା ଓ ପିଉସୀ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକେ ଚାରି ଗୁରୁତରଙ୍କୁ ୧୦୮ ଏମ୍ବୁଲେନସ୍ ଯୋଗେ ମୋହନା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମୋହନା ମେଡ଼ିକାଲରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଷାକ୍ତ ଛତୁ ଖାଇ ଥିବା ମହିଳା । ଏପରି ଅଞ୍ଚଳର ଅନେକ ଲୋକ ସବୁବେଳେ ଜଙ୍ଗଲରୁ ଛତୁ ସଂଗ୍ରହ କରି ଖାଇଥାନ୍ତି । କିନ୍ତୁ ଏହା କେମିତି ଏପରି ହେଲା ତାହା ଜାଣି ନପାରିଥିବା କହିଛନ୍ତି ପରିବାର ଲୋକେ ।