ଅନୁସନ୍ଧାନ ଭାରତ(ବ୍ୟୁର): ସରକାରଙ୍କ ଯୋଜନା ମାଳମାଳ କିନ୍ତୁ କାମ ଦୁର୍ବଳ l ଯାହାର ଜ୍ୱଳନ୍ତ ଉଦାହରଣ ଘୁ.ଉଦୟଗିରି ସହରରେ ଦେଖିବାକୁ ମିଳିଛି l ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ 8 ନମ୍ବର ୱାର୍ଡରେ ଥିବା ଟାଉନ ହଲ ଅବସ୍ଥା ନ କହିବା ଭଲ l ଏହି ପୁରାତନ ଟାଉନ ହଲର ଅବସ୍ଥା ଏବେ ଶୋଚନୀୟ ହୋଇପଡିବା ସହ ଜବରଦଖଲକାରିଙ୍କ କବ୍ଜାରେ ଥିବା ମଧ୍ୟ ସୂଚନା ମିଳିଛି । ଉକ୍ତ ଟାଉନ ହଲ ସଭା ସମିତି ସହିତ ଭୋଜି ଭାତର ଆୟୋଜନ କରିବାର ନିର୍ଭର ଯୋଗ୍ଯ ସ୍ଥାନ ଥିଲା ଓ ଅଞ୍ଚଳ ବାସୀ ବେଶ ଉପକୃତ ମଧ୍ୟ ହେଉ ଥିଲେ । ସର୍ବସାଧାରଣଙ୍କ ପାଇଁ ୨୧ ନଭେମ୍ବର ୧୯୯୦ରେ ତତକାଳୀନ ପଯ୍ଯଟନ, କ୍ରୀଡା ଓ ସଂସ୍କୃତି ବିଭାଗ ଉପ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଟାଉନ ହଲର ଶୁଭ ଉଦଘାଟନ କରିଥିଲେ । ଗରିବ ଲୋକଙ୍କ ଠାରୁ ଆରମ୍ଭ କରି ମଧ୍ଯବିତ ଲୋକଟିଏ ଟାଉନ ହଲ ପାଇଁ କମ ପଇସା ଦେଇ ବୁକ କରିପାରୁଥିଲା । ସମସ୍ତଙ୍କ ପାଇଁ ସୁବିଧା ହେବା ସହିତ ଖୁସିରେ ସାଧାରଣ ଲୋକଟିଏ ଭୋଜିଭାତ କରିପାରୁଥିଲା । କିନ୍ତୁ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏହାର ଅବସ୍ଥା ଶୋଚନୀୟ ହୋଇ ପଡିଛି । କାନ୍ଥ ବାଡରେ ଗଛ ଉଠିବା ସହ ଝରକା କବାଟ ପଡୁନି । ଛାତରୁ ପାଣି ଗଳିବା ସହ କାନ୍ଥ ଫାଟିବା ଓ ଭଗ୍ନ ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଛି ଏହି ସର୍ବ ପୁରାତନ ଟାଉନ ହଲ । ସରକାରଙ୍କ ଦ୍ୱାରା ନୂଆ କରି ଟାଉନ ହଲ ନିର୍ମାଣ କରିବାର ଯୋଜନା ରହିଥିଲେ ମଧ୍ଯ ଏଥି ପ୍ରତି ବିଭାଗ ଗୁରୁତ୍ୱ ନଦେବା ଫଳରେ ସାଧାରଣ ଲୋକେ ନିରାଶ ହୋଇଛନ୍ତି । ବର୍ତ୍ତମାନ ବର୍ଷ ବର୍ଷ ହେଲା ନିର୍ମାଣ କିମ୍ବା ମରାମତି ନହୋଇ ଜର୍ଣ୍ଣାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଏହା ସହ ପ୍ରଶାସନର ଅବହେଳା ଯୋଗୁଁ ଟାଉନ ହଲର ପାର୍ଶ୍ଵରେ ଜବର ଦଖଲ ହୋଇ ଥିବା ଦେଖିବାକୁ ମିଳିଛି l ଜବରଦଖଲକାରୀ ଟାଉନ ହଲ ପାର୍ଶ୍ଵରେ ତାରବାଡ଼ ପକାଇ କିଛି ଚାଷ କରିଥିବା ମଧ୍ୟ ସ୍ଥାନୀୟ ବାସିନ୍ଧା କହିଛନ୍ତି l ହେଲେ ଏଠାରେ ପ୍ରଶ୍ନ ଉଠେ କେଉଁ ସାହାସରେ ଟାଉନ ହଲ ଜବରଦଖଲ କଲା ଜବରଦଖଲ କାରୀ ? ଜବରଦାଖଲ କାରୀକୁ କିଏ ଜବରଦଖଲ ପାଇଁ ସୁଯୋଗ ଦେଲା ? ବୋଲି ସାଧାରଣରେ ଆଲୋଚନା ହେଉଛି l ଏହି ଟାଉନ ହଲର ମରାମତି ପାଇଁ ସ୍ଥାନୀୟ ବାସିନ୍ଧା ପ୍ରଶାସନ ପାଖରେ ବାରମ୍ବାର ଦାବୀ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କାରାଯାଇ ନାହିଁ l ଯାହା ପାଇଁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି l ସହରରେ ଅନ୍ଯ କଲ୍ଯାଣ ମଣ୍ଡପ ରହିଥିଲେ ମଧ୍ଯ ଅତ୍ୟଧିକ ଭଡ଼ା ପାଇଁ ଗରୀବ ସାଧାରଣ ଲୋକଟିଏ ନେବାକୁ ସାହାସ ପାଇନ ଥାଏ । ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ଦ୍ରୁଷ୍ଟିରୁ ଏହି ଟାଉନ ହଲକୁ ନୁତନ ଭାବେ ନିର୍ମାଣ କିମ୍ବା ମରାମତି କରାଗଲେ ସାଧାରଣ ଲୋକେ ଉପକୃତ ହୋଇ ପାରିବେ ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି ।
