କଙ୍କଡ଼ାହାଡ଼ରେ ପଲ୍ଲୀରେ ପ୍ରଶାସନ ସଚେତନତା କାର୍ଯ୍ୟକ୍ରମ….

କାମାକ୍ଷାନଗର(ସୌମ୍ୟାରଂଜନ ନାୟକ): ଜନସାଧାରଣଙ୍କୁ ସେବା ସମାଧାନ ଓ ସଚେତନତା କରିବା ଦିଗରେ ଆରମ୍ଭ ହୋଇଛି ଢେଙ୍କାନାଳ ଜିଲ୍ଲାପ୍ରଶାସନ ତରଫରୁ ପଲ୍ଲୀରେ ପ୍ରଶାସନ କାଯ୍ୟକ୍ରମ l ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ବି.ଡି.ଓ. ଯଶବନ୍ତ ଦେହୁରୀଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ  ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଉପାଧ୍ୟାକ୍ଷା ଦୀପା ସାହୁ, ତହସିଲିଦାର ସୌଦାମିନୀ ନାୟକ, ଏ.ବି.ଡି.ଓ ହରେକୃଷ୍ଣ ନାୟକ, କଙ୍କଡ଼ା ହାଡ଼ ସରପଞ୍ଚ ଅନୁସୟା ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସହ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ସରକାରଙ୍କ ସମସ୍ତ ଯୋଜନାକୁ ଲୋକମାନଙ୍କ ପାଖରେ କିପରି ପହଞ୍ଚି ପାରିବ ଓ ସମସ୍ୟାର ସମାଧାନ ହେବ ଏହି ପରିପ୍ରେକ୍ଷୀରେ ସଚେତନ କରାଯାଇଥିଲା l ବିରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ କଙ୍କଡ଼ାହାଡ଼ ସ୍ବାସ୍ଥ୍ୟ ବିଭାଗ ତରଫରୁ ମାଗଣାରେ ଜନସାଧାରଣଙ୍କୁ ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଥିଲା l ଆବାସ ଯୋଜନା, ଭତ୍ତା, ଜମି ପଟା, ରାସନ କାର୍ଡ, ଆଧାର କାର୍ଡ ବିବିଧ ପ୍ରମାଣପତ୍ର ଏପରିକି ସୁଭଦ୍ରା ଯୋଜନା ପାଇଁ ଜନସାଧାରଣଙ୍କ ଭିଡ ହେଉଥିବା ଦେଖାଦେଇଛି ।