କନ୍ଧମାଳ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ପ୍ରେକ୍ଷା ଳୟ ଗୃହ ଠାରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କ 103 ଗୋଟି ଅଭିଯୋଗ ପ୍ରତ୍ୟକ୍ଷ ଭାବେ ଶୁଣିଅଛନ୍ତି I ସେଥି ମଧ୍ୟରେ ରହିଅଛି ଜଳ ସେଚନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜମି ଜମା ସମ୍ବନ୍ଧୀୟ, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ଼ ଭଳି ଅନେକ ଅଭିଯୋଗ ପତ୍ର I ଏହି ସମୟରେ ଘୁ.ଉଦୟଗିରି ପ୍ରେସ କ୍ଲବ ତରଫରୁ ଲୋକ ସମ୍ପର୍କ ଓ ସୂଚନା ବିଭାଗ କାର୍ଯ୍ୟଳୟକୁ ପୁନଃ କାର୍ଯ୍ୟକ୍ଷମ ଏବଂ ପ୍ରେସ କ୍ଲବର କାର୍ଯ୍ୟାଳୟ ପାଇଁ ଏକ ସ୍ଥାୟୀ ଗୃହ ନିମନ୍ତେ ଦରଖାସ୍ତ ପତ୍ର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନୂତନ ଜିଲ୍ଲାପାଳଙ୍କୁ ଦିଆଯାଇଛି I ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ବାଲିଗୁଡ଼ା ଉପ-ଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନ, ରତ୍ନାକର ସାହୁ CDO /E.O. ZP, କୃପାସିନ୍ଧୁ ବେହେରା P.A.I.T.D.A, ବିଡିଓ ମନୋଜ କୁମାର ଦେବତା, ତହସିଲଦାର ରଞ୍ଜନ କୁମାର ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପ ସ୍ଥିତ ରହି ଜନଅଭିଯୋଗ ଶୁଣାଣୀ ଶିବିରରେ ସହଯୋଗ କରିଥିଲେ I