ନୂଆପଡ଼ା (ବିରବଲ ପ୍ରଧାନ)ସାରା ପଶ୍ଚିମ ଓଡ଼ିଶାର ମହାନ ପର୍ବ ନୂଆଖାଇ । ଏହି ପର୍ବରେ ଲୋକେ ଧୁମ୍ ଧାମର ସହ ନୂଆଖାଇ ପର୍ବ ପାଳନ କରୁଥିବା ବେଳେ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ବୋଇରଗାଁ ପଞ୍ଚାୟତ ସ୍ଥିତ କୁସୁମଖୁଣ୍ଟା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ସଦାଶିବ ପାଣ୍ଡେଙ୍କ ଝିଅ ଠିକ୍ ମଣି ପାଣ୍ଡେଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି । କିନ୍ତୁ ମୃତକଙ୍କ ହାତରେ ଏବଂ ଅଣ୍ଟାରେ ମଧ୍ୟ କପଡା ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା l ଯାହା ଏହା ଆତ୍ମହତ୍ୟା ନୁହେଁ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି l ବରଂ ଏହା ହତ୍ୟା ବୋଲି ଅନୁମାନ କରୁଥିବା କହିଛନ୍ତି ଗ୍ରାମବାସୀ । ଏହି ଘଟଣା ଜାଣିବା ପରେ ବୋଡ଼େନ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ସଠିକ୍ ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଶେଷରେ ମୃତଙ୍କ ପରିବାର ନ୍ୟାୟ ପାଇଁ ବୋଡ଼େନ ପୁଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି ।