କାମାକ୍ଷାନଗର(ସୌମ୍ୟ ରଞ୍ଜନ ନାୟକ ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମର ଭାଗିରଥିପୁର ସାହିକୁ ଯାତାୟାତ ପାଇଁ ହେଉଥିଲା ଅସୁବିଧା ହେଉଥିବା ଯୋଗୁଁ ନିଜସ୍ୱ ଉଦ୍ୟମରେ କାଠ ପୋଲ ତିଆରି କଲେ ଗ୍ରାମବାସୀ l ଏକ ଶାଳଗଣ୍ଡିକୁ କାଟି ପୋଲ ତିଆରି କଲେ ଭାଗିରଥିପୁର ଗାଁର କୁନି କୁନି ଛାତ୍ରଛାତ୍ରୀ l ଏହି କାଠ ପୋଲକୁ ଟାଙ୍ଗିଆରେ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି । ଏହି ସାହିରେ ୭୦ ପରିବାର ବସବାସ କରୁଥିବା ବେଳେ ଗାଁରୁ ମେଡିକାଲ, ସ୍କୁଲ, ବ୍ଲକକୁ ଯିବାକୁ ହେଲେ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ l ଝାଞ୍ଜିରବେରେଣା ଠାରୁ କଣ୍ଟାପାଳ ଏବଂ କେଉଁଝରକୁ ଯିବାକୁ ଏହା ଏକମାତ୍ର ରାସ୍ତା l ଯେଉଁ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ତେବେ ଗ୍ରାମବାସୀଙ୍କ ନିଜସ୍ୱ ପ୍ରଚେଷ୍ଟାରେ କାଠ ପୋଲ ତିଆରି କରାଯାଇଛି। ଗ୍ରାମବାସୀ ଅନେକ ଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ହୋଇନାହିଁ l ଦୀର୍ଘ ୨୫ ବର୍ଷ କାଳ ବିଜେଡି ଶାସନ ସରକାର ଅମଳରେ ଗାଁକୁ କାମ ମାଆକୁ ସମ୍ମାନ ନାରା ବାଜି କରୁଥିବା ବେଳେ ଅବହେଳିତ ହୋଇ ରହିଯାଇଅଛି ଏହି ଗ୍ରାମ ରାସ୍ତା l କିଛି ଉପାୟ ନପାଇ ନିଜ ଚିନ୍ତା ନିଜେକରି ନିଜ ଭବିଷ୍ୟତ ପିଢିଙ୍କୁ ସଙ୍ଗରେ ଧରି ନିଜେ ଉଦ୍ଘାଟନ କଲେ ଗ୍ରାମ ରାସ୍ତା l ଏଥିରେ ସାମିଲ ହୋଇଥିଲେ କୁନିକୁନି ଛାତ୍ରଛାତ୍ରୀ।