ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଦ୍ୱାରା ବିଶ୍ୱ ଭାତୃତ୍ୱ ଦିବସ ପାଳନ ଶିବିର ଅନୁଷ୍ଠିତ….

ଚିଲିକା(ସଂଗ୍ରାମ ରଣା): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବାଣପୁର ଓ ବାଲୁଗାଁ ଶାଖା ଦ୍ୱାରା ବିଶ୍ୱ ଭାତୃତ୍ୱ  ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ବାଣପୁର ଠାରେ ଏକ ଦିବସୀୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ବାଣପୁର ଓ ବାଲୁଗାଁ କଲେଜର ଛାତ୍ରଛାତ୍ରିମାନେ ଯୋଗ ଦେଇଥିଲେ l ଏହି ଶିବିରରେ ବ୍ୟକ୍ତିତ୍ୱ ବିକାଶ୍ ଉପରେ ଗୁରୁତ୍ୱ ଦେଇଥିଲେ ପିଲାମାନେ ଯୋଗ ଖେଳ ଗିତରେ ଭାଗ ନେଇଥିଲେ l ଏହି ଶିବିର ପରିଚଳାନା କରିବା ପାଈଁ ବ୍ରହ୍ମପୁରର ନୀଳାଖୀ ଦି ଦି ପରିଚଳାନା କରିଥିଲେ ତାଂକୁ ଶୁଭେନ୍ଦୁ ଭାଇ ପାର୍ଥ ଭାଇ, ଅଜିତ ଭାଇ ଓ ସିଦ୍ଧାନ୍ତ ଭାଇ ସହଯୋଗ କରିଥିଲେ l ବାଣପୁର  କେନ୍ଦ୍ର ପ୍ରମୁଖ ଅଜୟ ଭାଇ ଏହି ଶିବିରର୍ ଆବଶ୍ୟତା ଉପରେ ଆଲୋଚନା କରିଥିଲେ l ବ୍ୟବସ୍ଥା ପ୍ରମୁଖ ସୁକାନ୍ତ ଭାଇ ଓ ସମ୍ପର୍କ ପ୍ରମୁଖ ବୈରାଗୀ ଚରଣ ବଳ ସଂଯୋଜନା କରିଥିଲେ l