ଚିଲିକା(ସଂଗ୍ରାମ ରଣା): ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ଏକ ଫ୍ଲାଗସିପ ଯୋଜନା ହୋଇଥିବା ବେଳେ ଖୁବ କମ ଦିନରେ ଏହା ବହୁତ ଲୋକପ୍ରିୟ ହୋଇପାରିଛି l ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ମହିଳାମାନଙ୍କୁ 50 ହଜାର ଟଙ୍କା ରାଶି ମିଳିବ l ନିକଟରେ ଉକ୍ତ ଯୋଜନାର ଶୁଭାରମ୍ଭ ଓଡ଼ିଶାରେ ହୋଇଥିବା ବେଳେ ଏହାର ପ୍ରଥମ କିସ୍ତି ସେପ୍ଟେମ୍ବର 17 ତାରିଖ ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଅବସରରେ ଖୋଦ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ହିତାଧିକାରୀଙ୍କୁ ପ୍ରଦାନ କରିବେ l ତେବେ ସୁଭଦ୍ରା ଯୋଜନାର ଲାଭ ଉଠାଇବା ପାଇଁ ମହିଳାମାନଙ୍କୁ ସ୍ଥାନୀୟ ଜନ ସେବା କେନ୍ଦ୍ର ଗୁଡିକକୁ ଯାଇ ଉକ୍ତ ଫର୍ମ ଆବେଦନ କରିବାକୁ ହେବ l ତେଣୁ ଆଜି ଓଡିଶା କ୍ୟାବିନେଟ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ନିଜ ନିର୍ବାଚନମଣ୍ଡଳି ଚିଲିକା ଗସ୍ତ କରି ଚିଲିକା ଏବଂ ବାଣପୁର ବ୍ଲକର ବିଭିନ୍ନ ଜନ ସେବା କେନ୍ଦ୍ରଗୁଡିକ ପରିଦର୍ଶନ କରିଥିଲେ l