ବରିଷ୍ଟ ଆଇନଜିବିଙ୍କ ଦେହାନ୍ତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ବ୍ଲକର ବରିଷ୍ଟ ଆଇନଜୀବୀ ଭାଗିରଥି ରାଉତରାୟଙ୍କ ଗତକାଲି ୭୧ ବର୍ଷ ବୟସରେ ଦେହାନ୍ତ ହୋଇଛି I ସୂଚନା ଅନୁଯାଇ ଭାଗିରଥି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତି କରା ଯାଇଥିଲା I ହେଲେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ଘଟିଛି I ଆଇନଜୀବୀ ଭାଗିରଥି ରାଉତରାୟ ବାଲିଗୁଡାରେ ସରକାରୀ ଆଇନଜୀବୀ ଭାବେ କାମ କରୁଥିଲେ I ମୃତ୍ୟୁ ପରେ ତାଙ୍କ ମର ଶରୀର ନିଜ ପୈତୃକ ଗ୍ରାମ ନୟାଗଡ଼ ଜ଼ିଲ୍ଲାର କନିପଦା ଠାରେ ଶେଷକୃତ୍ୟ ସମ୍ପନ କରାଯାଇଛି I ତାଙ୍କ ବିୟୋଗରେ ବାଲିଗୁଡାରେ ଶୋକର ଛାୟା ଖେଳି ଯାଇଛି I