ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କାମପଡ଼ା ଗ୍ରାମ ଡପା ସାହିରେ ଏକ ଦୁଃଖ ଦାୟକ ଘଟଣା ଘଟିଛି I ଏହି ଗ୍ରାମର ଜଣେ ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି I ମହିଳା ଜଣକ ବିଲରେ ଧାନ ତଳି ଲଗାଇବାକୁ ଯାଇ ଘରକୁ ଫେରି ଖାଇସାରି ପରେ ବାରିପଟେ କଂସା ବାସନ ମାଜିବା ବେଳକୁ ପଡ଼ି ଯାଇଥିଲେ I
ସଙ୍ଗେ ସଙ୍ଗେ ପରିବାର ଲୋକ ବାଲିଗୁଡ଼ା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ନେଇ ଥିଲେ I ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ I ମୃତ ମହିଳାଙ୍କ ନାମ ସୁମନ୍ତି ଦିଗାଲ ବୟସ ୪୮ବର୍ଷ ସ୍ଵାମୀ ଜାନିରା ଦିଗାଲ I ଗ୍ରାମରେ ଶୋକର ଛାୟା ଖେଳିଯାଇଛି I ଏନେଇ ଡାକ୍ତର ବାଲିଗୁଡ଼ା ଥାନାକୁ ଜଣାଇ ଥିଲେ I ଖବର ପାଇଁ ବାଲିଗୁଡ଼ା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି I
Next Post