ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେରେ ଅବିଭାବକ ବୈଠକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଦିନ ୧୧ ଘଣ୍ଟା ସମୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଅଭିଭାବକମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକକୁ ସଭାପତି ରବୀନ କୁମାର ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ I ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ଡାକୁଆ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ I ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ବୈଠକ ଆହ୍ୱାନର ଆଭିମୁଖ୍ୟ ବର୍ଣନା କରିଥିଲେ I ଅଭିଭାବକମାନେ ନିଜ ନିଜ ଶିଶୁଙ୍କ ସୁବିଧା ଅସୁବିଧା ବିଷୟରେ ଉପସ୍ଥାପନ କରିବା ସହିତ କୋଭିଡ ନିୟମକୁ ମାନି ନିଜ ନିଜ ଶିଶୁଙ୍କୁ ବିଦ୍ୟାଳୟକୁ ପଠାଇବା ପାଇଁ ସହମତି ପତ୍ର ସ୍ଵାକ୍ଷର କରି ଦେଇଥିଲେ I ଆଚାର୍ଯ୍ୟା ମମତା ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ସହ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ପରିଚାଳନା ସମିତିର ଅନ୍ୟ କର୍ମକର୍ତା ଓ ଅଭିଭାବକ ସହଯୋଗ ରେ ବୈଠକଟି ସଫଳ ହୋଇଥିଲା I