ଅନୁସନ୍ଧାନ ଭାରତ(ବ୍ୟୁର): ଗଣମାଧ୍ୟମ ପ୍ରତିନିଧିଙ୍କୁ ଠିକାଦାରଙ୍କ ନାଲି ଆଖି I ଖବର ସଂଗ୍ରହ କରିବାକୁ ଯାଇ ଥିବା ସମୟରେ ମିଳିଛି ଜୀବନରେ ମାରିବାର ଧମକ I କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚକାପାଦ ଗ୍ରାମପଞ୍ଚାୟତରେ ଏପରି ଏକ ଘଟଣା ଘଟିଥିବାର ଚକାପାଦ ଥାନାରେ ଅଭିଯୋଗ ହୋଇଛି I



ଯେତେ ବେଳେ ସରକାର 5T ମାଧ୍ୟମରେ ଲୋକଙ୍କ ହାତରେ ସବୁ ସୁବିଧା ପହଁଇବା ପାଇଁ ପ୍ରୟାସ ଜାରି ରଖୁଥିବା ସମୟରେ କିଛି ମନମୁଖୀ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ ଦୁର୍ନୀତିଖୋର ମନୋଭାବ ପାଇଁ ବିକାଶର ଧାରା ଜନସାଧାରଣଙ୍କ ପାଖରେ ପହଁଛି ପାରୁନାହିଁ I ଏଭଳି ଅଭାବନୀୟ ଘଟଣ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଚକାପାଦ ଗ୍ରାମପଞ୍ଚାୟତର ତହସିଲ ଅଫିସ ଓ ପୁଲିସ ଥାନା ପାଖରେ ଦେଖିବାକୁ ମିଳିଛି I ଗତ ଜୁନ ମାସରେ ବିଳମ୍ବିତ ରାତ୍ର ସମୟରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମଦ୍ୟପାନ କରି ଫେରୁଥିବା ସମୟରେ ଠିକ ଥାନା ଓ ତହସିଲ ଅଫିସ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ବଳକା ଥିବା ତାରୁ ମିଶ୍ରିତ ଚିଫ୍ସ ସେହି ରାସ୍ତାରେ ଢାଳି ଦେଇ ଚାଲି ଯାଇଥିଲେ I ପରଦିନ ସକାଳ ୮ ଘଟିକା ସମୟରେ ସେହି ରାସ୍ତା କାର୍ଯ୍ୟରତ ପୁଲିସ କର୍ମଚାରୀ ଲଲିତ ସାହୁ ସେହି ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଘଟିଥିଲା I ଉକ୍ତ ଘଟଣାର ତଦନ୍ତ କରିବା ଦିନ ଗଣମାଧ୍ୟମ ପ୍ରତିନିଧି ଦୀପକ ହଂସ ଖବର ସଂଗ୍ରହ କାରିବାକୁ ଯାଇ ଥିବା ସମୟରେ ଭିଭାଗୀୟ ଅଧିକାରୀ ଓ ଠିକାଦାର ଶ୍ରୀକାନ୍ତ ସାହୁଙ୍କ ପ୍ରବଚନାରେ କୁକୁନା ସାହୁ ଗଣମାଧ୍ୟମ ପ୍ରତିନିଧି ଦୀପକ ହଂସଙ୍କୁ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ଥିଲେ I ଏଥିରେ ଭୟଭୀତ ହୋଇ ଦୀପକ ହଂସ ଚୁପ ଚାପ ଚାଲି ଆସି ଥିଲେ I କିନ୍ତୁ ଗତ କାଲି ଯେତେ ବେଳେ ଗଣମାଧ୍ୟମ ପ୍ରତିନିଧି ଖବର କାଗଜ ଦେବାକୁ ଯାଇ ଥିଲେ ଏତିକି ବେଳେ ଆନନ୍ଦ ଢାବାରେ ଠିକାଦାର ଜଣକ ଦୀପକ ହଂସଙ୍କୁ ଗାଳିଗୁରଜ କରି ଜୀବନରେ ମାରିବାକୁ ଧମକ ଦେବା ସହ ମାରଣାସ୍ତ୍ର ସହ ଠେଙ୍ଗ ସବୁ ଉଠାଇଲା I ଏହି ସମୟରେ ପ୍ରକାଶ ବେହେରା , ପୀତାମ୍ବର ମାଲିକ ସହ ହୋଟେଲର ଅନ୍ୟ ସଦସ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ I ସାମ୍ବାଦିକ ସଂଗେ ସଂଗେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ I ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗକୁ ଆଧାର କରି ଚକାପାଦ ଥାନା ପୁଲିସ ଦଫା ୩୪୧, ୨୯୪,୩୨୩, ୫୦୬ରେ ୪୪/୨୦୨୧ନଂ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି I ଏହି ଘଟଣାକୁ କନ୍ଧମାଳ ଗଣମାଧ୍ୟମ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି I ଯଥା ଶୀଘ୍ର1 ଗଣମାଧ୍ୟମ ସଂଘର ଏକ ପ୍ରତିନିଧି ଦଳ ଏନେଇ ପ୍ରଶାସନକୁ ଅବଗତ କରିବ ବୋଲି କନ୍ଧମାଳ ଗଣମାଧ୍ୟମ ସଂଘର ଉପସଭାପତି ଗଗନ କୁମାର ପ୍ରଧାନ, ଉପସଭାପତି ଫିଲିପ ଦିଗାଳ ଏବଂ ସଂଘର କର୍ମକର୍ତ୍ତା ସୂଚନା ଦେଇଛନ୍ତି I ଦିନକୁ ଦିନ ଓଡ଼ିଶାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି I ତେଣୁ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ବିଭିନ୍ନ ମହଲରେ ଦାବୀ ଉଠିଛି I