ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡ଼ା ବ୍ଲକରେ ଥିବା ପକନାଗାଁ ଠାରୁ ବାରପୁଲିଆ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତାର କେତେକ ସ୍ଥାନରେ ପିଚୁ ଉଠି ଯାଇ ରାସ୍ତା ଖରାପ ହୋଇଥିଲା I ତେଣୁ ଉକ୍ତ ରାସ୍ତାକୁ ଆରଡି ବିଭାଗ ମରାମତି କରିଛି I କିନ୍ତୁ ଉକ୍ତ ରାସ୍ତା ମରାମତି କାମ ଦିନରେ ନ କରା ଯାଇ ରାତିରେ କରାଯାଇଛି I ତାହା ପୁଣି ନିମ୍ନ ମାନର ପିଚୁ ଢାଲେଇ ହୋଇଛି I ସକାଳେ ପିଚୁ ଗୁଡ଼ିକ ରାସ୍ତାରୁ ଉଠି ଦୁର୍ଘଟଣାକୁ ଆମତ୍ରଣ କରୁଛି I ତାହା ଦେଖି ଉକ୍ତ ଅଞ୍ଚଳର ସ୍ଥାନୀୟ ଜନପ୍ରତିନିଧି ସରପଞ୍ଚ, ନାଏବ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରିଛନ୍ତି I ଅଭିଯୋଗ ପ୍ରକାରେ ୨୦ ତାରିଖ ମଙ୍ଗଳବାର ରାତି ରେ ପକାନା ଗାଁ ଠାରୁ ବାର ପୁଲିଆ ରାସ୍ତା କାଣ୍ଡିଆ ନାଳ ପର୍ଯ୍ୟନ୍ତ ମରାମତି କରାଯାଇଛି I ତାହା ନିମ୍ନ ମାନର ପିଚୁ ଢ଼ଲେଇ ହେବା ସହିତ ଭଲ ଖରାପ ରାସ୍ତା ନ ଦେଖି ଯେଉଁଠି ମନ ସେଇଠି ରାସ୍ତା ମରାମତି କରିଛନ୍ତି I
ସେହି ମରାମତି ହୋଇଥିବା ସ୍ଥାନର ପିଚୁ ସବୁ ସକାଳକୁ ଉଠି ମରଣକୁ ବରଣ କରୁଛି I ପିଚୁ ପକାଯାଇ ଥିବା ସ୍ଥାନମାନଙ୍କରେ ଗାଡ଼ି ଚକା ଖସଡ଼ି ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି I ରାତି ଅଧିଆ ନିମ୍ନ ମାନର କାମ କେମିତି ହେଲା ? ରାତିରେ ଉକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଥିଲେ କି ନାହିଁ ? ଠିକା ଦାର ମନଇଚ୍ଛା କାମ କରିଛି କାହିଁକି ? ରାସ୍ତା ଖରାପ ସ୍ଥାନରେ ରାସ୍ତା ମରାମତି ହେବ ପାଇଁ ନିର୍ଦ୍ଦେଶ ଅଛି କୀ ଭଲ ,ଖରାପ ନ ଦେଖି ଯେଉଁଠି ଇଚ୍ଛା ସେଇଠି ରାସ୍ତା ମରାମତି କରି ସରକାରୀ ଅର୍ଥ ହରିଲୁଟ କରିବାକୁ ବସିଛନ୍ତି ? ଆମେ ଏଠିକାର ସ୍ଥାନୀୟ ଜନପ୍ରତିନିଧି ଆମର ଅଜାଣତରେ ରାତିରେ କାମ ହେଲା କେମିତି ? ଏମିତି ଅନେକ ପ୍ରଶ୍ନ ଉଠିଛି ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ମନରେ I ରାସ୍ତା ମରାମତି ନିମ୍ନ ମାନର ହୋଇଥିବା ନେଇ ସରପଞ୍ଚ ଅଜୟ କୁମାର ମଲ୍ଲିକ , ଗୀତାଞ୍ଜଳି ଜାନି, ନାଏବ ସରପଞ୍ଚ ବ୍ରହ୍ମା ନନ୍ଦ ଦିଗାଲ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି I ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମାନସ କୁମାର୍ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ ମଙ୍ଗଳ ବାର ଦିନ କାମ ହେବାର ଥିଲା ମାତ୍ର ମେସିନ ଖରାପ ହେବା ଯୋଗୁଁ ରାତିରେ କାମ କରିଛନ୍ତି ଯଦି ରାସ୍ତା ରୁ ପିଚୁ ଉଠି ଯାଉଛି ତାହା ହେଲେ ତାହା ପୁନଃ ମରାମତି କରାଯିବ ବୋଲି କହିଛନ୍ତି I
Prev Post