ଭବାନୀପାଟଣା(ତୁଳମଣି ନାଗ): କଲମପୁର ବ୍ଲକ କାର୍ଯ୍ୟଳୟରେ କାର୍ଯ୍ୟରତ ବଡବାବୁ ବିଭାଗୀୟ ଅଧିକାରୀ ଶ୍ରୀ ବୈକୁଣ୍ଠ ବାଗ ସୂଚନା ପ୍ରଦାନ ଅଧିକାରୀ ଦାୟିତ୍ୱରେ ଅଛନ୍ତି । ତାଙ୍କ ପାଖକୁ କୌଣସି ସୂଚନା ମାଗିବାକୁ ଯାଇଥିବା ସୂଚନା କର୍ମୀମାନଙ୍କୁ (ଶୁକ୍ରବାର)ଦୁର୍ବ୍ୟବହାର କରିବା ସହ ଆବେଦନ ପତ୍ରକୁ ଟେବୁଲରୁ ଦୂରକୁ ଫୋପାଡ଼ି ଦେଇ ଆଇପିଓ ନଦେଲେ ତମ ଆବେଦନ ପତ୍ର ରଖିବି ନାହିଁ ବୋଲି କହିଥିବା ଘଟଣା ପଦାକୁ ଆସିଛି । ହେଲେ ୨୦୦୫ ସୂଚନା ଅଧିକାର ଆଇନ୍ ଅନୁଯାୟୀ କୌଣସି ନାଗରିକ ଦଶ ଟଙ୍କାର ଆଇପିଓ କିମ୍ବା ମନିଅର୍ଡର ଅବା ନଗଦ ପୈଠ କରି ସୂଚନା ମାଗିଲେ ସୂଚନା କର୍ମୀଙ୍କୁ ସହଯୋଗ କରି ସମୟ ଅନୁଯାୟୀ ସୂଚନା ପ୍ରଦାନ କରିବାର ପ୍ରାବଧାନ ରହିଛି । କିନ୍ତୁ ଏହି ଆବେଦନ ଫିଜ୍ କେନ୍ଦ୍ରୀୟ ସୂଚନା ଅଧିକାର ଆଇନ୍ ଅନୁସାରେ ଅନ୍ତର୍ଭୁକ୍ତ ନୁହେଁ । ଜଣାପଡୁଛି ଉପଚାର ନଜାଣି ବୈଦ୍ୟ ସାଜିବା ସଦୃଶ୍ୟ ସୂଚନା ଆଇନ ବାବଦରେ ଜ୍ଞାନ ନଥିବା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଶ୍ରୀ ବାଗଙ୍କୁ କେବଳ କାମଚଳା ଅଧିକାରୀ ଭାବେ ନ୍ୟକ୍ତ କରାଯାଇଛି । ସ୍ଥାନୀୟ ଅଞ୍ଚଳବାସୀ ଭାବରେ କେହି ତଥ୍ୟ ମାଗିଲେ ସମସ୍ତଙ୍କୁ ନାଲି ଆଖି ଦେଖେଇ ଏହି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ବୋଧହୁଏ ଏହିଭଳି ବ୍ୟବହାର କରାଯାଉଛି ଏଠାରେ ସୂଚନା କର୍ମୀ ମାନଙ୍କୁ ବୋଲି ସ୍ଥାନୀୟ ବାସିନ୍ଦା କୁହାକୁହି ହେଉ ଥିବା ସୁଣିବାକୁ ମିଳୁଛି । କୌଣସି ବ୍ୟକ୍ତି କିଛି ବେଆଇନ କାର୍ଯ୍ୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କଲେ ଆସୁଥିବା ସ୍ୱରକୁ ଚପେଇ ଦେବାରେ ବାବୁ ଜଣଙ୍କ ସିଦ୍ଧହସ୍ତ ବୋଲି ଅଂଚଳରେ ମତ ପ୍ରକାଶ ପାଇଛି । ବୋଧହୁଏ ଆଗରୁ ଭଲ ମାଲ ହାତେଇ ଥିବା ସହ ଟେବୁଲ୍ ତଳ ଏବଂ ଗଳି ରାସ୍ତା ବାବଦରେ ମହାଶୟଙ୍କୁ ଭଲଭାବରେ ଜଣାଅଛି । ସେଥିପାଇଁ କେବଳ କଲମପୁର ଭଳି ଜାଗାରେ ତହସିଲ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟକୁ ଫେରି ଆସିଛନ୍ତି । ଏହି ଜାଗାରେ ବହୁବର୍ଷ ଧରି ରହିଥିବାରୁ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି । ଏଣୁ ଏଭଳି ସ୍ଥାନୀୟ ବ୍ୟକ୍ତି ବିଭାଗୀୟ ଅଧିକାରୀ ଭାବରେ କଲମପୁର ବ୍ଲକରେ ନ ରହିବା ଭଲ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି । ଖବର ପ୍ରକାଶିତ ପରେ ଜିଲ୍ଲାପାଳ ଓ ରାଜ୍ୟ ସରକାର କିଭଳି କାର୍ଯ୍ୟନୁଷ୍ଠାନ ନେଉଛନ୍ତି କି ଜାଣିଶୁଣି ଆଗକୁ କେବଳ ନୀରବଦ୍ରଷ୍ଟା ସାଜୁଛନ୍ତି ତାହା ଦେଖିବାକୁ ବାକି ରହିଲା ।