ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଯୋଗୀମାରି ଗ୍ରାମ ଠାରେ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ରୀତିନୀତି ଅନୁଯାୟୀ ସକାଳ ସମୟରେ ପୂଜା ଅନୁଷ୍ଠିତ ହୋଇଥିଲା । ପୁରୋହିତ ପ୍ରମୋଦ କୁମାର ଷଡଙ୍ଗୀ ପୂଜା କାଯ୍ୟ ସମ୍ପାଦନା କରିଥିବା ବେଳେ ଏଥିରେ କର୍ତ୍ତା ରୂପେ ସୁନୀଲ କୁମାର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ତୁଲାଇ ଥିଲେ । ପରେ ବିଘ୍ନ ବିନାୟକଙ୍କ ନିକଟରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା । ସୁସଜ୍ଜିତ ମେଢ ସାଙ୍ଗକୁ ରଙ୍ଗୀନ୍ ଆଲୋକ ମାଳାରେ ପୂଜା ମଣ୍ଡପ ଶୋଭା ପାଉଥିବା ବେଳେ ଏଥିରେ ଭୋଳାନାଥ ନାୟକ, ନିଲୁ ବିଷୋୟୀ, ରତ୍ନା ସେଠୀ, ପ୍ରଦୀପ ନାୟକ, ଅଶୋକ ବିଷୋୟୀ, ପପୁନ ବିଷୋୟୀ, ବସନ୍ତ ସେଠୀ, ବିକାଶ ପ୍ରଧାନ, ରବି ନାରାୟଣ ଗୌଡ଼, ଭଗବାନ ପ୍ରଧାନ, ମିଟୁ ସେଠି, ରିଟୁ ନାୟକ, କାହ୍ନା ନାୟକ, ଜଗନ୍ନାଥ ପ୍ରଧାନ, ରବୀନ୍ଦ୍ର ସେଠୀ, ଚିତ୍ତ ରଞ୍ଜନ ପ୍ରଧାନ, ସପିନି ସେଠୀ, ଶଙ୍କର ପ୍ରଧାନ, ହାଡ଼ିବନ୍ଧୁ ବେହେରା, ସୂର୍ଯ୍ୟ ଘଡେଇ ସମେତ ଗ୍ରାମର ବହୁ ଯୁବକ ସହଯୋଗ କରିଥିଲେ ।