ରାଇରଙ୍ଗପୁର(ଉତ୍ତମ ରାମ): ବାବା ଗଣେଶଙ୍କ ପୂଜାରେ ସାରା ଭାରତର ନରନାରୀ ଉତ୍ସବମୁଖର l ବିଶେଷକରି ଶିକ୍ଷାନୁଷ୍ଠାନ ଓ କ୍ଲବମାନଙ୍କରେ ସଂପୂର୍ଣ୍ଣ ସମର୍ପଣ ଭାବେ ପୂଜା ଆରଧନା କରିଥାନ୍ତି l ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସମେତ ଅନ୍ୟାନ୍ୟ ବ୍ଲକମାନଙ୍କରେ ଗଣେଶଙ୍କ ଭକ୍ତଗଣ ଆନନ୍ଦ ଓ ଭକ୍ତିଭାବରେ କରିଥାନ୍ତି l ସୁନ୍ଦର ଡେକୋରେସନ ସାଙ୍ଗକୁ ଲାଇଟ ସାଜସଜ୍ଜାରେ ଗଣେଶ ମୂର୍ତ୍ତୀର ଶୋଭା ଦ୍ବିଗୁଣିତ ପରିଲକ୍ଷିତ ହୋଇଥିଲା l ପଣ୍ଡିତଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ବିତ ହୋଇଥିଲା ଗଣେଶଙ୍କ ଆସ୍ଥାନ l ଛାତ୍ରଛାତ୍ରୀମାନେ ବିଘ୍ନନାଶକ ଓ ବିଦ୍ୟାଦାତାଙ୍କ ପାଖରେ ମାନସିକ ରଖି ଭକ୍ତି ନୈବେଦ୍ୟ ସମର୍ପଣ କରିଥାନ୍ତି l ଛାତ୍ରଛାତ୍ରୀମାନେ ଗଣେଶଙ୍କ ଠାରେ ନଡିଆ ବାଡେଇ ନିଜ କାର୍ଯ୍ୟର ସିଦ୍ଧି ପାଇଁ ପ୍ରାର୍ଥନା କରିଥାନ୍ତି l ଏହାପରେ ଗଣେଶଙ୍କ ଠାରେ ପ୍ରସାଦ ଲଗାଯିବା ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା l ସବୁଆଡେ ଦେଖିବାକୁ ମିଳିଥିଲା ଶ୍ରୀ ଗଣେଶ ବାବାଙ୍କ ବିଭିନ୍ନ ଭାବ ଭଙ୍ଗିରେ ବିରାଜମାନ l ତା ପରଦିନ ପଶ୍ଚିମ ଓଡିଶାର ବଡ ପର୍ବ “ନୂଆଖାଇ ” ବେଶ ହର୍ଷ ଉଲ୍ଲାସରେ ପାଳନ କରିଥାନ୍ତି l ଏହି ଦିନ ଗଣେଶ ମୂର୍ତ୍ତୀ ମହା ଯାକଯକମରେ ବିସର୍ଜନ କରି ଭସାଣୀ ଯାତ୍ରା କରାଯାଇଥାଏ l