ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ରେ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ସାହି ସାହିରେ ମହାସମାରୋହରେ ପାଳିତ ହୋଇଛି ଗଣେଷ ପୂଜା । ସ୍ୱାମୀ ବିବେକାନନ୍ଦ ସଂଖ୍ୟା କେନ୍ଦ୍ର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ,ସିଟି ଟ୍ରେନିଗଂ ସ୍କୁଲ, ହବାକ ହାଇସ୍କୁଲ, ମହିଳା ମହାବିଦ୍ୟାଳୟ,କଳିଗଂ ମହାବିଦ୍ୟାଳୟ ସହିତ ବଡ ସାହି, ଚମ୍ପାସାହି, କଚେରୀସାହି, ବସଷ୍ଟାଣ୍ଡ ସାହି,ମହାଗୁଡାସାହି, କ୍ଲବ ସାହି, ପଦାସାହି, ବରାଳିନିସାହି, ଶ୍ରୀରାମପଦା ସହିତ , କ୍ଳବ ସାହି, ବନ୍ଧ ଛକ ଆଦି ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଛି ଗଣେଷ ପୂଜା । ଏଥି ପାଇଂ ବିଭିନ୍ନ ପୂଜା ମଣ୍ଡପ ତରଫରୁ ପୂର୍ବରୁ ପ୍ରତୁତି କରାଯାଇଥିବା ବେଳେ ଉତ୍ସବ ମୁଖର ହୋଇ ଉଠିଛି ଘୁ .ଉଦୟଗିରି ସହର । ବିଭିନ୍ନ ସାହି ତରଫରୁ ପୂଜା ମଣ୍ଡପ ଗୁଡିକ ତରଫରୁ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ବେଳେ ଆଗ୍ରହର ସହିତ ଛାତ୍ରଛାତ୍ରୀମାନେ ଆବାହନ କରିଛନ୍ତି ଅଗ୍ର ପୂଜ୍ୟ ଗଣେଷକୁଂ। ସେହି ପରି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଠାରେ ତା-୮/୯/୨୦୨୪ରିଖ ଦିନ ବିଭିନ୍ନ ସ୍ଥାନରେ ପବିତ୍ର ଗଣେଶ ପୂଜା ବହୁ ଆଡମ୍ବରରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା l ତଥା ଟିକାବାଲି ତେଙ୍ଗେଡା ପଥର, କେଉଟ ସାହି, ଭୋଇ ସାହି, ଖଦାଳ ସାହି, କଦାର ସାହି ଓ ଗଦଗୁଡା ପଞ୍ଚାୟତ ତେଲିଙ୍ଗିଆ, ଗଦଗୁଡା, ପିକରଡି ପଞ୍ଚାୟତର କାମ୍ବାନାଜୁ ଏବଂ ଟିକାବାଲି ପ୍ରତ୍ୟେକ ସ୍କୁଲ ଠାରେ ପବିତ୍ର ଗଣେଶ ପୂଜା ଦେଖିବାକୁ ମିଳିଛି l ଟିକାବାଲି ବରପଦା ମାଁ ବନଦୃର୍ଗା କମିଟିର ବହୁ ଆଡମ୍ବର ପବିତ୍ର ଗଣେଶ ପୂଜା ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା l