ଭିଜିଲାନ୍ସ ଜାଳରେ ନୁଆପଡ଼ା ପରିବହନ ଅଧିକାରୀ….

ନୂଆପଡା(ବିରବଲ ପ୍ରଧାନ): ନୂଆପଡା ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ ବିଜୟ ବେହୁରିଆ ନିଜ ଗାଡ଼ିରେ କ୍ୟାସ ଧରି ଭୁବନେଶ୍ବର ଯାଉଥିବା ବେଳେ ଖବର ପାଇଁ ଖୋର୍ଦ୍ଧା ହସ୍ପିଟାଲ ଛକ ପାଖରେ ମାଡି ବସିଛି ଭିଜିଲାନ୍ସ l ଗାଡ଼ିରେ ଏକ ଲକ୍ଷ ବତିଶ ହଜାର ଟଙ୍କା ନେଇ ଯାଉଥିବା ବେଳେ ଓ ଏହି ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେବାରୁ ଭିଜିଲାନ୍ସ ଧରିଥିବା ସୁଚନା I ନଗଦ କ୍ୟାସ ଧରି OD33AC-2030 ଗାଡ଼ିରେ ନୂଆପଡାରୁ ଭୁବନେଶ୍ବର ଯାଉଥିଲେ l ବର୍ତମାନ ସୁଦ୍ଧା ୫ଟି ଜାଗାରେ ଭିଜିଲାନ୍ସ ଦ୍ବାରା ଚଢ଼ାଉ କରାଯାଇଥିବା ସୂଚନା ମିଳିଛି l