ଦମାଦୁଆ ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା କଲେ ମୋହନା ଜେଏମଏଫସି…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଦମାଦୁଆ ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ବତୀ ମଲ୍ଲିକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ମୋହନା ଜେଏମଏଫସି l ଗତ ପଞ୍ଚାୟତ ନିର୍ବାଚନରେ ଦମlଦୁଆ ସରପଞ୍ଚ ଭାବେ ସରସ୍ବତୀ ମଲ୍ଲିକ ନିର୍ବାଚିତ ହୋଇଥିବାବେଳେ ତାଙ୍କର ଦୁଇରୁ ଅଧିକ ଛୁଆ ଥିବା ଯୋଗୁଁ ତାଙ୍କର ସରପଞ୍ଚ ପଦ ରଦ୍ଦ କରିବା ପାଇଁ ତାଙ୍କ ପ୍ରତିଦ୍ବନ୍ଦୀ କନସି ମାଝୀ ମୋହନା ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ (ଜେଏମଏଫସି)ରେ ଏକ ପିଟିସନ ଦାୟର କରିଥିଲେ l ତେବେ ଦୀର୍ଘ ଦୁଇବର୍ଷ ଘଟଣାକୁ ଅନୁଧ୍ୟାନ କରିବା ପରେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଆଜି ଅଦାଲତ ସରସ୍ବତୀ ମଲିକଙ୍କ ସରପଞ୍ଚ ପଦ ରଦ୍ଦ କରିବା ସହ ଅଯୋଗ୍ୟ ଘୋଷଣା କରିଛନ୍ତି ବୋଲି ସୂଚନା ମିଳିଛି l ତେବେ ଏହି ରାୟ ପ୍ରକାଶ ପାଇବା ପରେ ଆବେଦନକାରୀ କନସି ମାଝୀ ଓ ତାଙ୍କ ସମର୍ଥକ ଖୁସି ବ୍ୟକ୍ତ କରିବା ସହ ଖୁବ ଶିଘ୍ର ପୁନଃ ନିର୍ବାଚନ ପାଇଁ ଆଶା ରଖିଥିବା ତାଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ସୁଦର୍ଶନ ସାହୁ ସୂଚନା ଦେଇଛନ୍ତି ।