ରାଇରଙ୍ଗପୁର(ଉତ୍ତମ ରାମ): ଭାଦ୍ର ମାସ ତୃତୀୟାରେ ଅନୁଷ୍ଠିତ ହେଇଥାଏ ପବିତ୍ର ତୀଜ ପୁଜା । ଶିବ ପାର୍ବତୀଙ୍କ ବିବାହ ଉପରେ ଆଧାରିତ ଏହି ପୁଜାକୁ ମହିଳାମାନଙ୍କ ଦ୍ବାରା 24 ଘଣ୍ଟା ନିର୍ଜଳା ବ୍ରତ କରାଯାଇଥାଏ । ସ୍ବାମୀର ଦୀର୍ଘ ଏବଂ ନିରୋଗ ଜୀବନ ନିମନ୍ତେ କରାଯାଉଥିବା ଏହି ବ୍ରତ ପରେ ସ୍ବାମୀ ହାତରୁ ଜଳ ଓ ପ୍ରସାଦ ଗ୍ରହଣ କରି ମହିଳ ମାନେ ବ୍ରତ ସମାପନ କରନ୍ତି । କାନ୍ତି ଦେବୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି ପୁଜାରେ ଏତବାରୀ ଦେବୀ, ଗୀତା ଦେବୀ , ସନ୍ତୋଷୀ ରାମ, ମଂଜୁ ରାମ ମମତା ଦେବୀ, ମମତା ଦାସ, ପୁଷ୍ପା ରାମ, ସୋନୁ ରାମ, କେଶରୀ ଦାସ, ସଂଜୁ ଦାସ ପଣ୍ଡିତ ଅବଧେଶ ମିଶ୍ରଙ୍କ ଦିଗଦର୍ଶନରେ ତୀଜ ପୂଜା କରିଥିଲେ । ପ୍ରୀୟା ରାଜ, ପ୍ରୀତି ରାଜ, ସହଯୋଗ କରିଥିଲେ ।