ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍ 2024-25 ଉଦଘାଟିତ…….

ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ହେଉଛି ଫୁଟବଲ ଖେଳର ଏନ୍ତୁଡିଶାଳ l ଏହି ବାମନଘାଟୀରୁ ଖେଳାଳୀମାନେ ନିଜର କ୍ରୀଡା ନୈପୁନ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରି ଆସୁଛନ୍ତି l ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ସ୍ଥାନୀୟ କଚେରୀ ଷ୍ଟାଡିୟମ ପଡିଆ ଠାରେ ତ୍ରିଦିବସୀୟ “ବାମନଘାଟୀ ଫୁଟବଲ ଚମ୍ପିୟାନସିପ୍” ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଆଜିର ଉଦଘାଟନୀ 6 ତାରିଖରେ ରେଡ ବୁଲ ମନିଂଷ୍ଟାର, ଅଭିରାଜ ଫୁଟବଲ କ୍ଲବ, ବି ଏମ୍ ଫୁଟବଲ କ୍ଲବ, ଏମାରଜେନସି 108, ଏମ୍ କେ ଡି ସ୍ପୋଟିଂ(ଭାଟଗୋଡା), ନିଶ୍ଚିନ୍ତପୁର ଫୁଟବଲ କ୍ଲବ, ବିଏସବି ଫୁଟବଲ କ୍ଲବ ଓ ମନିଂ କ୍ଲବ (ମାରକଗୋଡା) ସମୁଦାୟ ଆଠଟି ଦଳ ଖେଳ ପ୍ରଦର୍ଶନ କରିଥିଲେ l ଆସନ୍ତାକାଲି 7 ତାରିଖ ବଡବାଇକଳା, ରେଡବୁଲ ଇଭିନିଂ ଷ୍ଟାଲ, ଡିକେ ଫୁଟବଲ କ୍ଲବ, ଓଡିଶା  ଟାଇଗର (ଟେନଟୋପୋଷି), ଇୟଙ୍ଗ ବଏଜ୍ ଫୁଟବଲ କ୍ଲବ, ଟିସକୋ କ୍ଲବ (ବାଦାମପାହାଡ), ବାଙ୍କା ଟାଇଗର ଓ କେପିଏସ୍ ସ୍ପୋଟିଂ ସମୁଦାୟ ଆଠଟି ଦଳ ଖେଳ ପ୍ରଦର୍ଶନ କରିବେ l ଏଥିରେ  ବାମନଘାଟୀ ଉପଖଣ୍ଡର ସାତଟି ବ୍ଲକରୁ ଷୋହଳଟି ଦଳ ଅଂଶଗ୍ରହଣ କରିଥିଲେ l ଆସନ୍ତା ଆଠ ତାରିଖ ଫାଇନାଲ ପ୍ରତିଯୋଗିତା  ଅନୁଷ୍ଠିତ ହେବ l ଏଥିରେ ବାହାର ରାଜ୍ୟରୁ ଖେଳାଳୀଗଣ  ଆସି ନିଜର କ୍ରୀଡାନୈପୁନ୍ୟ ପ୍ରଦର୍ଶନ କରିବେ l ଆଜିର ଉଦଘାଟନୀ ପ୍ରତିଯୋଗିତାରେ ଗୋଟିଏ ଦଳ ସେମିଫାଇନାଲକୁ ଉଠିବ ବୋଲି କମିଟୀ ପକ୍ଷରୁ ସୂଚନା ମିଳିଛି l ଉକ୍ତ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ତଥା ଆକର୍ଷଣୀୟ ପୁରସ୍କାର ରଖାଯାଇଛି l ଏହି ଉଦଘାଟନୀ ଭବ୍ୟ କାର୍ଯ୍ୟକ୍ରମରେ କମିଟୀର ଉପଦେଷ୍ଟା ମନୋରଂଜନ ପରମାଣିକ, ସଭାପତି କିଶୋର ଚନ୍ଦ୍ର ମହାନ୍ତ, ଉପ ସଭାପତି ଦିଲ୍ଲୀପ ମାଝୀ, ସଂପାଦକ ଅଜିତ ବାସ୍କେ, ଉପ ସଂପାଦକ ଲମ୍ବୋଧର ସୋରେନ, କାର୍ଯ୍ୟକାରୀ ସଦସ୍ୟ ଚାରୁଚନ୍ଦ୍ର ମୁର୍ମୁ, ଅଇନଠୁ ମାଝୀ , ଶଙ୍କର ମୁର୍ମୁ, ଓକିଲ ଦୁଷ୍ମନ୍ତ କୁମାର ବସା, କ୍ରୀଡାଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ରେଫ୍ରି ସଂଗ୍ରାମ ମୁର୍ମୁ, ଦୀବରାଜ ହେମ୍ବ୍ରମ, ନୁନାରାମ ଟୁଡୁ ଓ ପାଣ୍ଡେ ହାଁସଦାଃ ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ ଫୁଟବଲ ପ୍ରତିଯୋଗିତା ଦେଖିବା ପାଇଁ ବହୁ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ l