ବେଆଇନ ମଦ ଭାଟିରେ ଚଢ଼ାଉ, ୭ ଗିରଫ…..

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଅବକାରୀ ବିଭାଗ ଓ ଜଗନ୍ନାଥପ୍ରସାଦ ପୁଲିସ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ଅବକାରୀ ଧରପଗଡ଼ କରାଯାଇଛି। ଜଗନ୍ନାଥପ୍ରସାଦ ଥାନା ଅଧିନ କିୟାଧର ଓ ନୂଆଁପଲ୍ଲୀ ଗ୍ରାମରେ ଚାଲିଥିବା ବେଆଇନ ମଦ ଭାଟିରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ରନ୍ଧା ମଦ ନଷ୍ଟ କରାଯିବା ସହ ୩୯୦ ଲିଟର ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ମିଳିତ ଧରପଗଡ଼ରେ ଜଗନ୍ନାଥ ପ୍ରସାଦ ତହସିଲଦାର ଅଶୋକ କୁମାର ମୁଦୁଲି, ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଅରୁଣ କୁମାର ସିଂ, ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ଡମ୍ବରୁଧର ହରିଜନ, ନାରାୟଣ ଜେନା, ଏସଆଇ ଅଲିଭା ମାଝୀ, ସୂର୍ଯ୍ୟନାରାୟଣ ରଥ, ଏଏସଆଇ ଭୁବନୀ ବେହେରା, ସନାତନ ନାହାକ, କୃଷ୍ଣ ଚନ୍ଦ୍ର ସେଠୀ, ଜଗନ୍ନାଥ ମହାପାତ୍ର, ସ୍ୱାଧୀନ ସାହୁ, ନିରଞ୍ଜନ ବେହେରା, ସୁବଳ ପ୍ରଧାନଙ୍କ ସହ ଅବକାରୀ ସ୍କ୍ୱାଡ କର୍ମଚାରୀ ସାମିଲ ଥିଲେ ।