ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସଦର ବ୍ଲକ ଅଧକ୍ଷଙ୍କ ଅନୁପସ୍ଥିତିରେ ବିଭିନ୍ନ ମନମୁଖୀ କାର୍ଯ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆଙ୍କ ଜାଣତରେ ହେଉଥିବା ଯୋଗୁଁ ଏହାକୁ ବିରୋଦ୍ଧ କରି ବ୍ଲକ ଉପାଧ୍ୟାକ୍ଷା ଚନ୍ଦ୍ରମା ମେହେର ଓ କେତେକ ସମିତି ସଦସ୍ୟ ଆଜି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବୀ ରଖିଛନ୍ତି l ସୂଚନାଯୋଗ୍ୟ ଯେ ସଦର ବ୍ଲକ ଅଧକ୍ଷ ସୁବ୍ରତ ମାଝୀ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ ଦୀର୍ଘ ଦିନ ହେଲା ଭୁବନେଶ୍ୱରରେ ଚିକିତ୍ସିତ ହଉଛନ୍ତି l ତାଙ୍କର ଅନୁପସ୍ଥିତିରେ ବ୍ଲକ ଉପାଧ୍ୟାକ୍ଷା ଚନ୍ଦ୍ରମା ମେହେରଙ୍କୁ ଅଣଦେଖା କରି ବ୍ଲକ ଅଧକ୍ଷ ସୁବ୍ରତ ମାଝୀଙ୍କ ଜଣେ ସହଯୋଗୀ ଭୀମସେନ ନାୟକଙ୍କ ଇସାରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ବୈଠକ ନ ଡାକି ବିଭିନ୍ନ ଉନ୍ନୟନମୂଳକ ପ୍ରସ୍ତାବ ଗୁଡିକ ପାରିତ କରେଇ ନେଇଛନ୍ତି l ଭୀମସେନଙ୍କ ପ୍ରସ୍ତାବ ମୁତାବକ ତାଙ୍କ ସମର୍ଥିତଙ୍କ ପଞ୍ଚାୟତ ଗୁଡିକରେ ମୋଟା ଅଙ୍କର ଅର୍ଥ ବ୍ୟାୟବରାଦ ହୋଇଥିଲା ବେଳେ ଉପାଧ୍ୟାକ୍ଷା ଓ ତାଙ୍କ ସମର୍ଥିତ ସମିତି ସଦସ୍ୟଙ୍କ ପଞ୍ଚାୟତ ଗୁଡିକରେ କମ ଅର୍ଥ ବ୍ୟାୟ ପ୍ରକଳ୍ପ ଦିଆଯାଇଛି l ଏପରିକି ବ୍ଲକରେ ଉପାଧ୍ୟାକ୍ଷା ଓ ନିର୍ବାଚିତ ପ୍ରତିନିଧି ମାନଂକୁ କୌଣସି ସୂଚନା ପ୍ରଦାନ କରାଯାଉ ନାହିଁ l ଏ ନେଇ ଅଧିକାରୀମାନେ ରୋକଠୋକ ମନା କରୁଥିବା ନେଇ ଆଜି ଅଭିଯୋଗ ଉଠିଛି l ଭୀମସେନ ନାୟକ ଜଣେ ବାହାର ବ୍ୟକ୍ତି ସେ କିଭଳି କାର୍ଯ୍ୟଳୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଶ୍ନ କଲେ ସେ ବ୍ଲକ ଅଧକ୍ଷଙ୍କ ପ୍ରତିନିଧି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁକ୍ତି ରଖୁଛନ୍ତି l ଏଭଳିକି ନିର୍ବାଚିତ ସମିତି ସଦସ୍ୟଙ୍କୁ ବାଦ ଦେଇ ଭୀମସେନ ନାୟକ ବିଭିନ୍ନ ଠିକା କାମକୁ ବିକ୍ରି କରୁଥିବା ନେଇ ଅଭିଯୋଗ ଉଠିଛି l ଆଜି ଏନେଇ ସଦର ବ୍ଲକ ଅଧକ୍ଷା ଚନ୍ଦ୍ରମା ମେହେରଙ୍କ ନେତୃତ୍ୱ ରେ ବିଭିନ୍ନ ସମିତି ସଦସ୍ୟ /ସରପଞ୍ଚ ଜିଲ୍ଲାପାଳଙ୍କୁ ଭେଟି ଏହି ମାମଲାରେ ହସ୍ତକ୍ଷେପ କରି ବ୍ଲକରୁ ବାହାର ବ୍ୟକ୍ତିଙ୍କୁ ବାହାର କରି ବ୍ଲକ ଅଧକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟାକ୍ଷା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରି କାର୍ଯ୍ୟ କରାଯିବା ନେଇ ଦାବୀ ରଖିଛନ୍ତି l