ମୋହନା ଚର୍ଚ୍ଚରେ ଅନ୍ତର୍ଜାତୀୟ ଦାନ ପୁଣ୍ୟ ଦିବସ ପାଳନ….

ରା.ଉଦୟଗିରି ( ମିହିର ପ୍ରସାଦ ମାଳୀ ): ଗଜପତି ଜିଲ୍ଲା ମୋହନା  ସେଣ୍ଟ ପିଟର ଚର୍ଚ୍ଚ ଠାରେ ଅନ୍ତର୍ଜାତୀୟ ଦାନ ପୁଣ୍ୟ ଦିବସ ପାଳନ କରାଯାଇଛି l ଏହି ଦିନରେ ମଦେର ଟେରେସାଙ୍କ ଦେହବସାନ ହୋଇଥିଲା l ତେଣୁ ଏହି ଦିବସରେ ଦାନ ଓ ପୁଣ୍ୟ ଦିବସ ରୂପେ ପାଳନ କରାଯଉଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ବିଡ଼ିଓ ରାଜୀବ ଦାଶ, ମୁଖ୍ୟ ବକ୍ତା ଭାବେ ତହସିଲଦାର ସତ୍ୟବାନ ନାୟକ, ସମ୍ମାନିତ ଅତିଥି ଫାଦେର ଆଇସେକ ନାୟକ, ଫାଦେର ଚିତରଞ୍ଜନ ସେନାପତି ଓ ଫାଦେର ଖ୍ରୀଷ୍ଟଦାଶ ରଇତ ଯୋଗ ଦେଇ ମଦେର ଟେରେସାଙ୍କ ଦାନ ଓ ସେବା ଉପରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ l ଏହି ଅବସରରେ 34 ଜଣ ଗରିବ ଓ ବିଧବା  ମହିଳାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l କାର୍ଯ୍ୟକ୍ରମକୁ ରସାନନ୍ଦ ପାଣି, ଭାସ୍କର ନାୟକ ଓ ସମସ୍ତ  ମୂଖ୍ୟ ସଦସ୍ୟ ପରିଚାଳନା କରିଥିଲେ ।