ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁଦିବସ ଓ ଅବସରକାଳୀନ ସମାର୍ଦ୍ଧନା ସଭା ଅନୁଷ୍ଠିତ…..

ନବରଙ୍ଗପୁର(ମିହିର ଶଙ୍କର ପାତ୍ର ): ପାପଡା ହାଣ୍ଡି ବ୍ଳକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଓ ଅଵସର କାଳୀନ ସମର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସଭାପତି ସୁଦର୍ଶନ ମାଝୀ, ମୁଖ୍ୟ ଅତିଥି ଅଵସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର ପାଢ଼ୀ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ସହ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଓ ସେବା ନିବୃତ ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀକୁ ମାନପତ୍ର ଓ ଉପଢୋଉକନ ସହ ସମ୍ମାନୀତ କରା ଯାଇଥିଲା । ଆଜି ଦିବସରରେ ସେବା ନିବୃତ ଶିକ୍ଷକ ହରିହର ଦାସ ବକ୍ତବ୍ୟରେ ଶିକ୍ଷକ ସଂଘର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ସହ ଆଗାମୀ ବର୍ଷରେ ଏହି ଦିବସ ପାଳନ କରିବା ମତ ପୋଷଣ କରିଥିଲେ । ଅଵସର ପ୍ରାପ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଵୀରେନ୍ଦ୍ର କୁମାର ପାଢ଼ୀ ଛାତ୍ରଛାତ୍ରୀମାନଙ୍କର ଅଭିବୃଦ୍ଧି ପାଇଁ ଶିକ୍ଷକର ଭୂମିକା ସହ ଶିକ୍ଷାୟତନର ଉନ୍ନତି ତଥା ସମସ୍ତଙ୍କ ଶିକ୍ଷା ଲାଭ ପାଇଁ ମତ ପୋଷଣ କରିଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଆଜିର କାର୍ଯ୍ୟ କ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଓ ଵକଚାନ୍ଦ ପୂଜାରୀ ମଞ୍ଚ ପରିଚାଳନା କରିଥିଲେ । ବିଶେଷ ମହୂରତରେ ଯୋଗଦାନ କରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଅଵସର ଶିକ୍ଷକମାନଙ୍କୁ ଭଗବତ ଗୀତା ପ୍ରଦାନ କରିଥିଲେ । ସୁକମନ ଦିଶାରୀ, ଦେଵ ମାଝୀ, ଗୋବର ନାୟକ, ଦେବାରଚନ ପଞ୍ଜିଆ ପ୍ରମୁଖ ସହଯୋଗ କରିଥିଲେ । ଆର୍ଥିକ ପରିଚାଳନା ଜଗନ୍ନାଥ ମାଝୀ ଆଜି ଦିବସରେ ସମସ୍ତକୁ ଧନ୍ୟବାଦ ସହ ସଭା ସମାପ୍ତ ଘୋଷଣା କରିଥିଲେ ।