ପୁରାତନ ରୀତିରେ ଗୁରୁଙ୍କୁ ପୂଜିଲେ ଛାତ୍ରଛାତ୍ରୀ….

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅଧୀନରେ ଥିବା କେ.ଏମ.ଭଳିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ପ୍ରରୋଚନା କ୍ରମେ  ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି  l ଉକ୍ତ ଉତ୍ସବରେ ଶିକ୍ଷକ ଶ୍ରୀଯୁକ୍ତ ତାରିଣୀ ଚରଣ ମଣ୍ଡଳ ସଭାପତି ଆସନ ଗ୍ରହଣ କରିଥିଲା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସାଧୁଚରଣ ଦଣ୍ଡସେନା ମୁଖ୍ୟ ଅଥିତୀ ଏବଂ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମୁଖ୍ୟ ବକ୍ତା ଭାବରେ ଆସନ ଗ୍ରହଣ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀମାନେ ଯଥା ନିୟମ ଅନୁସାରେ ଧୂପ, ଦୀପ, ଫୁଲ ଏବଂ ଚନ୍ଦନ ଦ୍ୱାରl ବିଶ୍ୱ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କର ପୂଜାର୍ଚ୍ଚନା କରିବା ପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୂଜା କରିଥିଲେ l ପରେ ଶ୍ରୀ ଶୁଭପ୍ରଦ ଶିଅଳ ଜଗନ୍ନାଥlଷ୍ଟକ ଗାନ କରିବା ପରେ ପିଲାମାନେ ସ୍ୱାଗତ ସଂଗୀତ ଗୁରୁବନ୍ଦନା ଗାନ କରି ପରିବେଶକୁ ମୁଖରିତ କରିଥିଲେ l ଏହା ସହିତ ଛାତ୍ରଛାତ୍ରୀମାନେ ଗୁରୁ ଦିବସ ବିଷୟରେ ଭାଷଣ ପ୍ରଦାନ କରିଥିଲେ l ପରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜେ ନିଜର ବକ୍ତବ୍ୟ ମାଧ୍ୟମରେ ଗୁରୁଦିବସର ମହତ୍ତ୍ୱ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ନୀତି ଏବଂ ଆଦର୍ଶ ବିଷୟରେ ଭାଷଣ ଦେଇ ଥିଲେ l ଉକ୍ତ ସଭା କାର୍ଯ୍ୟକୁ ଛାତ୍ର ଶ୍ରୀମାନ ଚନ୍ଦ୍ରଶେଖର ଦଳାଇ ଏବଂ ଛାତ୍ରୀ ହୀରାବତୀ ରଇତ ପରିଚାଳନା କରିଥିଲା ବେଳେ ପ୍ରାକ୍ତନ ଛାତ୍ର ଶ୍ରୀମାନ ମାଧବ ନାୟକ ଏସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଥିଲେ l