ବିଲରେ କୀଟନାଶକ ସିଞ୍ଚନ ପାଣି ପିଇ ମାନସିକ ବିକାର ଯୁବକ ଗୁରୁତର…..

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ସର୍ଗିଗୁଡା ଗ୍ରାମର ଜଣେ ଚାଷୀ ଚାଷଜମିରେ କୀଟନାଶକ ଔଷଧ ସିଞ୍ଚନ ହୋଇଥିବା ବେଳେ ସେହି ଗ୍ରାମର ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଭୁବନେଶ୍ୱର ସିଂ ରାଜପୁତ(୫୦) ଚାଷଜମିର ପାଣି ପିଇବା ପରେ ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ବ୍ୟକ୍ତିଙ୍କ ଅବସ୍ଥା ଜଟିଳ ଥିବାରୁ ତାକୁ ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।