ଟିକାବାଲି( ସାନୁଜ ବେହେରା): କନ୍ଧମାଳ ଜିଲ୍ଲାରେ କେନ୍ଦ୍ର ସରକାର ଜରିଆରେ ମାଛ ଚାଷୀଙ୍କୁ ମାଛଚାଷ କରି ରୋଜଗାରକ୍ଷମ ହେବେ ସେ ନେଇ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଏଭଳି ଟିକାବାଲି ବ୍ଲକରେ ମାଛଚାଷ କରୁଥିବାରୁ ପାବୁରିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଟିଗୁଡା ଗ୍ରାମର ଅନାଦି ପ୍ରଧାନ ନିଜ ପଖରିରେ ୮ ହଜାର ମାଛଚାଷ କରୁଥିବା ବେଳେ ବଡ଼ି ମୁଣ୍ଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୁଆଁସାହିର କାଙ୍ଗୁଳା ପ୍ରଧାନ ନିଜ ପୋଖରିରେ ୬ ହଜାର ମାଛ ଚାଷ କରୁଛନ୍ତି । ବର୍ତ୍ତମାନ ଏହି ଦୁଇଜଣ ମାଛଚାଷୀଙ୍କୁ ଆଜି ଟିକାବାଲି ବ୍ଲକ୍ ମତ୍ସ୍ୟଜୀବୀ ବିଭାଗରୁ ତରଫରୁ ୪୦ /ପ୍ରତିସତ ବିନା ସୁଦ୍ଧ ଛାଡରେ ଲନ୍ ମାଧ୍ୟମରେ ଦୁଇଯୋଣ ମାଛଚାଷୀଙ୍କୁ ଦୁଇଗୋଟି, ଟିଭିଏସ୍ ଲୁନା ସମେତ ଦୁଇଗୋଟି ବରଫ ବକ୍ସ ମଧ୍ୟ ପ୍ରଦାନ କରାଯାଇଛି । ଏହି ମାଛଚାଷୀମାନେ ନିଜ ନିଜର ପୋଖରୀରେ ଛାଡ଼ିଥିବା ମାଛକୁ ବଡ଼ହେଲେ ଦିଆ ଯାଇଥିବା.ବରଫ ବକ୍ସରେ ଭର୍ତ୍ତିକରୀ ଲୁନା ଗାଡ଼ିରେ ଗ୍ରାମ ଗ୍ରାମ ବୁଲାଇ ବ୍ୟବସାୟୀ କରି ପାରିବେ ଏବଂ ଉନ୍ନତ ହୋଇ ପାରିବେ ବୋଲି କହିଥିଲେ ମତ୍ସ୍ୟଜୀବୀ ବିଭାଗର ଏଏଫ୍ଓ ପ୍ରଣତି କୁମାରୀ ଦେବ । ଏହି କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦୟ ରଞ୍ଜନ ସାହୁ, ବ୍ଲକ୍ ଅଧ୍ୟକ୍ଷ ଦିଲ୍ଲୀପ କହଁର ଏବଂ ବ୍ଲକର ମତ୍ସ୍ୟଜୀବୀ ବିଭାଗର ଅଧିକାରିଣୀ ପ୍ରଣତି କୁମାରୀ ଦେବ ଉପସ୍ଥିତ ଥାଇ ଦୁଇଜଣ ମାଛଚାଷୀଙ୍କୁ ପ୍ରଦାନ କରାଯାଇଥିଲା ।