କାମାକ୍ଷାନଗର(ସୌମ୍ୟରଞ୍ଜନ ନାୟକ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ, ସମାଜ ପାଠକ ବିଚାର ମଞ୍ଚର ମିଳିତ ଉଦ୍ୟମରେ ବିଶିଷ୍ଟ ସାମ୍ବାଦିକ ଶାଳବଣର କବି ସାମ୍ବାଦିକ ଗୌରବ ଗିରିଶ ଚନ୍ଦ୍ର ନନ୍ଦଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘ ର ସଭାପତି ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନ ରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ଶାଳବଣର କବି ତଥା ଜଣେ ବିଶିଷ୍ଟ ସାମ୍ବାଦିକ ଭାବେ କାର୍ଯ୍ୟକାରୀ ସାମ୍ବାଦିକ ଗୌରବରେ ଭୂଷିତ ହୋଇ ଶ୍ରୀ ନନ୍ଦ ଏହି ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମନରେ ଉର୍ନତିରେ ନିଜର ସ୍ୱତନ୍ତ୍ର୍ୟତା ପ୍ରତିପାଦନ କରି ପାରିଥିଲେ ବୋଲି ପ୍ରକାଶ କରିଥିଲେ l ତହସିଲଦାର ପ୍ରିୟବ୍ରତ ଦାସ ମୁଖ୍ୟତିଥି ଭାବେ ଯୋଗଦେଇ ସ୍ବର୍ଗତ ନନ୍ଦ ଜଣେ ଏକାଧାରରେ ସମାଜସେବି, ସୁଲେଖକ, ସାମ୍ବାଦିକ ଭାବେ ଏ ଅଂଚଳର ଯୁବପିଢ଼ିମାନଙ୍କ ପ୍ରତି ଉଦାହରଣ ସୃଷ୍ଟି କରି ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବିଶିଷ୍ଟ ପାଲା ଗାୟକ ଡାକ୍ତର ରାମ ଚନ୍ଦ୍ର ଦାସ, ବିଶିଷ୍ଟ ଲେଖକ ତଥା ସାମ୍ବାଦିକ ଡ଼କ୍ଟର ପ୍ରମୋଦ କୁମାର ମିଶ୍ର, କାମାକ୍ଷାନଗର ମହାବିଦ୍ୟାଳୟର ଯୁକ୍ତ ୩ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସଂଘମିତ୍ରା ରାଉତଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଉପଖଣ୍ଡ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ, ସମାଜ ପାଠକ ବିଚାର ମଞ୍ଚର ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l