ଭବାନୀପାଟଣା(ତୁଲମଣୀ ନାଗ): ଭବାନୀପାଟଣା ବଷ୍ଟାଣ୍ଡ ଠାରୁ ଅଖିଳ ଭାରତୀୟ ଛାତ୍ର ସଂଘ ଓ କଳାହାଣ୍ଡି ଛାତ୍ର ସଂଘ ପକ୍ଷରୁ ଛାତ୍ର ନିର୍ବାଚନ ପାଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କ ଜରିଆରେ ଦାବିପତ୍ର ସହ ବିଭିନ୍ନ ସମସ୍ୟାକୁ ନେଇ ଭିକ୍ଷ୍ୟୋବ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଛାତ୍ର ସଂଘ ଉଲ୍ଲେଖ କରିଛନ୍ତି ଯେ କଳାହାଣ୍ଡି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଏବଂ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ନାନା ପ୍ରକାର ଅସୁବିଧା ହେଉଥିବାରୁ ସମସ୍ତ ଛାତ୍ରଛାତ୍ରୀ ଅସୁବିଧା ସମ୍ମୁଖୀନ ହଉଛନ୍ତି । ଦାବୀ ଗୁଡ଼ିକ ହେଲା (୧)-ଭବାନୀପାଟଣା ସଦର ମହକୁମା ରେ OPSC କେନ୍ଦ୍ର ସ୍ଥାପନ । ଯାହା ଦ୍ବାରା ରାୟଗଜା, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ବହୁ ସଂଖ୍ୟାରେ ଉପକୃତ ହେବେ ।
(୨)ଆର୍ଥିକ ବର୍ଷ ୨୦୨୩-୨୪ ରେ ପୂର୍ବତନ ସରକାର ଦ୍ବାରା 5T କାର୍ଯ୍ୟକ୍ରମ ଦ୍ବାରା ବିଭିନ୍ନ ମହାବିଦ୍ୟାଳୟକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦିଆଗଲା ବିଭିନ୍ନ କାର୍ଯ୍ୟ କରିବା ନିମନ୍ତେ I ପୂର୍ବତନ 5T ଅଧକ୍ଷ ଭି.କେ ପାଣ୍ଡିଆନ କହିଥିଲେ କି ସମସ୍ତ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସରିଯିବ। କିନ୍ତୁ ଏହି ପର୍ଯ୍ୟନ୍ତ କୋଣସି କାର୍ଯ୍ୟ ସଠିକ ଭାବେ ହୋଇନାହିଁ । ଏଣୁ ଏହାର ଉପଯୁକ୍ତ ତଦନ୍ତ କରାଯାଉ ଏବଂ କାର୍ଯ୍ୟ ଗୁଡିକ ଆରମ୍ଭ କରାଯାଉ ।

(୩) ଅଧ୍ୟାପକ ପଦ ପୂରଣ କରାଯାଉ । ବିଶ୍ଵ ବିଦ୍ୟାଳୟ ଓ ବିଭିନ୍ନ ମହାବିଦ୍ୟାଳୟ ରେ ଅଧ୍ୟାପକ ପଦ ଖାଲି ରହି ଥିବାରୁ ଅତିଥି ଅଧ୍ୟାପକ ଦ୍ବାରା ପାଠ ପଢ଼ାଯାଉଛି। ଯାହାଦ୍ବାରା ଉଚ୍ଚଶିକ୍ଷା ରେ ବାଧା ସୃଷ୍ଟି ହେଉଛି।
(୪)- ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରାଯାଇ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରାଯାଉ ଏଭୋଲି ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ଅଖିଳ ଭାରତୀୟ ଛାତ୍ର ସଂଘ ଓ କଳାହାଣ୍ଡି ଛାତ୍ର ସଂଘ ।
(୫) ମାଆ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ଅଧ୍ୟାପକ ପଦ ଏବଂ ଅଣ-ଶିକ୍ଷକ ପଦ ପୂରଣ କରାଯାଉ । ବିଶ୍ବବିଦ୍ୟାଳୟରେ ବିଭିନ୍ନ ଆର୍ଥିକ ଅନିୟମିତତା ଏବଂ ପରୀକ୍ଷା ପରିଚାଳନାରେ ତ୍ରୁଟିର ତଦନ୍ତ, ଶ୍ରେଣୀ କକ୍ଷ, ପରୀକ୍ଷାଗାର ତିଆରି ଏବଂ ଭିର୍ତ୍ତିଭୂମିର ବିକାଶ, ବିଭିନ୍ନ ସରକାରୀ ଅନୁଦାନ ବହୁ ପରିମାଣରେ ଯୋଗାବା, ଛାତ୍ର ବାସ ନିର୍ମାଣ ଏବଂ ସୂଚନା ଅଧିକାର ଆଇନ୍ ୨୦୦୫ ନିୟମ ଭାବେ ପାଳନ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଏକ ସ୍ବତନ୍ତ୍ର ଟିମ ଦ୍ବାରା ବିଶ୍ବବିଦ୍ୟାଳୟର ଅଡିଟ କରାଯାଉ ବୋଲି ଦେଇଥିବା ଦାବୀ ପତ୍ରରେ ଉଲ୍ଲେଖ କରା ଯାଇଛି।