ଖୋର୍ଦ୍ଧା(ସୂର୍ଯ୍ୟକାନ୍ତ ଦଳାଇ):ଆଜି ସକାଳେ ଜଣେ ଯୁବତୀଙ୍କ ମୃତ ଦେହକୁ ଜଙ୍କିଆ ଥାନା ପୁଲିସ ଉଦ୍ଧାର କରିଛି l ମୃତ ଯୁବତୀ ଜଣକ ହେଲେ ଜଙ୍କିଆ ଥାନା ଓରବରସିଂହ ପଞ୍ଚାୟତ ଅଧିନସ୍ଥ ଡିହଖଳା ଗ୍ରାମର ଜମ୍ବେଶ୍ୱର ମାର୍ଥାଙ୍କ ଝିଅ ମାମାଲି ମାର୍ଥା (୧୯)ବୋଲି ପୁଲିସ ସୂତ୍ରରୁ ପ୍ରକାଶ l ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ପଠାଇଛି l ଏନେଇ ପୁଲିସ ପକ୍ଷରୁ ୨୯୯ /୨୪ରେ ଏକ ଅପମୃତ ମାମଲା ଜଙ୍କିଆ ଥାନାରେ ରୁଜୁ ହୋଇଛି l ମାନସିକତା ଚାପ ଗ୍ରସ୍ଥ ହୋଇ ଯୁବତୀ ଜଣକ ବେକରେ ନିଜର ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି l ଏନେଇ ତଦନ୍ତ ଚାଲିଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ସୂଚନା ଦେଇଛନ୍ତି l