ଖୋର୍ଦ୍ଧା(ସୂର୍ଯ୍ୟକାନ୍ତ ଦଳାଇ): ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁନୁ୍ସିପାଲଟି ଅନର୍ଗତ ୧୦ ନମ୍ବର ୱର୍ଡର ପାଇକେରାପୁରରେ ମହିଳାଙ୍କୁ ପିଇବା ପାଇଁ ପାଣିମାଗି ଦେହରେ ନିଆଁ ଲଗେଇ ଦେଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ପାଇକେରା ପୁରରେ ଏକ ନିଶା ଶକ୍ତ ବ୍ୟକ୍ତି ପ୍ରତିମା ବେହେରା ନାମକ ମହିଳାଙ୍କୁ ପିଇବା ପାଇଁ ପାଣି ମାଗିଥିଲେ । ପ୍ରତିମା ପାଣି ଆଣି ଦେବା ସମୟରେ ବ୍ୟକ୍ତି ଜଣକ ତାଙ୍କ ଉପରକୁ ଆକ୍ରମଣ କରିବା ସହିତ ପାଖରେ ଥିବା ମଦକୁ ପ୍ରତିମାଙ୍କ ଉପରେ ପକାଇ ନିଆଁ ଲଗେଇ ଦେଇଥିଲେ । ମହିଳା ଜଣକ ଚିତ୍କାର କରିବାରୁ ଆଖ ପାଖ ପଡିସା ଘର ଲୋକ ଆସି ପ୍ରତିମାକୁ ଉଦ୍ଧାର କରି ଏମସ ହସ୍ପିଟାଲକୁ ପଠାଇବା ସହିତ ଦୁର୍ବୁତ୍ତଙ୍କୁ କାବୁକରୀ ଏକ ଲାଇନି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ଜଟଣୀ ପୁଲିସ ସେଠାରେ ପହଞ୍ଚି ଦୁର୍ବୁତ୍ତକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।ଏ ପର୍ଯ୍ୟନ୍ତ ଦୁର୍ବୁତ୍ତଙ୍କ ପରିଚୟ ମିଳିପାରିନାହିଁ। ଦିବାଲୋକରେ ଏଭଳି ଘଟଣା ଘଟିବାର ଦେଖି ପାଇକେରା ପୁର ଲୋକେ ଭୟ ଭିତ ଥିବା ଦେଖିବାକୁ ମିଳିଛି ।