ଅଟୋ ସହ ଗଞ୍ଜେଇ ଜବତ : ଚାରି ଗିରଫ

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଥାନା ପୁଲିସ ପକ୍ଷରୁ ବାରଖମା ଅଞ୍ଚଳରେ ପେଟ୍ରୋଲିଙ୍ଗ ସମୟରେ ଏକ ଅଟୋରୁ ୪୫ କେଜି ୩୦୦ ଶହ ଗ୍ରାମ ବେଆଇନ ଗଂଜେଇ ଜବତ କରା ଯାଇଛି I ବାଲିଗୁଡା ଥାନା ଏସଆଇ ଶାନ୍ତନୁ ପ୍ରଧାନଙ୍କ ସହ ଏକ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିପରୀତ ଦିଗ ପଟୁ ଆସୁଥିବା ଏକ ବାଜାଜ ଅଟୋ ନମ୍ୱର OD-05-AT 7152କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୪୫ କେଜି ୩୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା I ସେହି ପରି ଭାବରେ ବିରାଗୁଡା ଛକ ଠାରେ ଅଭିଯୁକ୍ତମାନଙ୍କ ଠାରୁ ଏକ ଵାଇକ ଜବତ ହୋଇଛି ବାଇକର ନମ୍ବର OD-05-AH-2866 ଥିବା ଜଣାପଡିଛି I ପୁଲିସ ଗାଡ଼ିଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଛି I ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନା ପୁଲିସ କେସ୍ ନଂ ୧୨୩/୨୦୨୧ରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଚଲାଇଥିବା ଏସଆଇ ଶାନ୍ତୁନୁ ପ୍ରଧାନ କହିଛନ୍ତି I ଗିରଫ ଚାରି ଜଣ ହେଲେ ବେଣୁଧର ସେଠି (୪୫), ବିଦ୍ୟା ଭୂଷଣ ଦାସ (୨୦), ମଧୁପାଟଣା କଟକ ଅଞ୍ଚଳର ଗଦାଧର ପଣ୍ଡା(୫୦) କାଳିନ୍ଦୀ ସ୍ୱାଇଁ (୨୭) ଖଣ୍ଡପଡା ନୟାଗଡ଼ର ବୋଲି ଡିଏସପି ସ୍ବରାଜ ଦେଵତା ସୂଚନା ଦେଇଛନ୍ତି I