ଦୁର୍ଗାପାଙ୍ଗା ଠାରେ ମହିଳାଶକ୍ତି ସଚେତନତା ସହ ମାସ୍କ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଦୁର୍ଗାପଙ୍ଗା ଗ୍ରାମ ପଞ୍ଚାୟତ ନିଲିଗୁଡା ଗ୍ରାମରେ ମହିଳାଶକ୍ତି ସଚେତନତା ସହ ମାସ୍କ ଓ ବିସ୍କୁଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା I ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ପଦାଧିକାରୀ ଯଥା ରେଶମା ଦିଗଲ ( ଅଧକ୍ଷା ), ଅରୁଣ କୁମାର ଦିଗଲ (ମହାସଚିବ ), ଏବଂ ଚନ୍ଦନ ନାୟକ ( ଯୁବା ଅଧକ୍ଷ ) ରସାଳ ଡ଼ଙ୍ଗରିଆ (ବ୍ଲକ ଅଧକ୍ଷ )ଝିଲ୍ଲୀ ବାଦୀ (ମହାସଚିବ ) ପ୍ରତିମା ପ୍ରଧାନ, ସଂଗୀତା କେଶ୍ବବ, ସନ୍ଦ୍ୟାରାଣୀ କାର୍ଜି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହିଳା ଶକ୍ତିର ଉଦେଶ୍ୟ ଏବଂ ବିଧବା ମା ମାନଙ୍କ ନିମନ୍ତେ ଥିବା ୬ ଗୋଟି ଯୋଜନା ଯଥା (୧) ଆଜୀବନ ପେନସନ (୨) ଦୁଇଜଣ ଶିଶୁଙ୍କୁ ୨୨ ବର୍ଷ ପର୍ଯ୍ୟନ୍ତ ମାଗଣା ଶିକ୍ଷା (୩) ଇଲେକ୍ଟ୍ରି ବିଲ ଛାଡ଼ (୪)ପାଣି ବିଲ ଛାଡ଼ (୫)ଅତିଆବଶ୍ୟକ ସ୍ଥଳରେ ସରକାରୀ ବସ ଏବଂ ଟ୍ରେନରେ ଯାତାୟତ ନିମନ୍ତେ ପାସ (୬)ଭଡା ଘରେ ରହୁଥିଲେ ବାସଗୃହ ସୁବିଧାର ସରକାରୀ ବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ I ଉକ୍ତ କାର୍ଯ୍ୟକ୍ରମକୁ କୋଟଗଡ ବ୍ଲକର ସମସ୍ତ ପଦାଧିକାରୀ ଆୟୋଜନ କରିଥିଲେ ଏବଂ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ୩୦ରୁ ଉର୍ଦ୍ଧ ବିଧବା ମା ମାନେଯୋଗ ଦେଇ ଥିଲେ l