ଚାଷ ଜମିରୁ ବିରାଟକାୟ ଅଜଗର ସାପ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର…

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ କର୍ଲାପଡ଼ା ଏକ ଚାଷ ଜମିରୁ ଉଦ୍ଧାର ହେଲା ୬ ଫୁଟ ଲମ୍ବର ଏକ ଅଜଗର ସାପ । କର୍ଲାପଡ଼ାର ଚାଷି ହରି ରାଉତ ମାଛ ଧରିବା ପାଇଁ ଚାଷଜମିରେ ଜାଲ ଦେଇଥିବା ବେଳେ ମାଛ ଖାଇବାକୁ ଆସି ସେହି ଜାଲ ମଧ୍ୟରେ ଅଜଗର ଫସି ରହିଥିଲା । ରବିବାର ସକାଳୁ ଚାଷି ଜାଲରେ ମାଛ ନେବାକୁ ଯାଇଥିବା ବେଳେ ଅଜଗର ସାପ ଜାଲରେ ଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ଜାଲରୁ ଅଜଗରକୁ ଉଦ୍ଧାର କରି ଆମପାଣି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଆସି ଅଜଗରକୁ ସୁରକ୍ଷିତ ଭାବେ ନେଇ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଛାଡିଥିବା ଜଣାପଡିଛି ।