କାମାକ୍ଷୀ ନଗରରେ ନାବାଳିକାଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କାମାକ୍ଷୀ ନଗରରେ ଶନିବାର ଦିନ ୧୨ ଘଣ୍ଟା ରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଆଜି କାମାକ୍ଷୀ ନଗରରେ ଜଣେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ଏହା ପରେ ଉକ୍ତ ନାବାଳିକାକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ପ୍ରଥମିକ ଚିକିତ୍ସା କରିବା ପରେ ସେ ଅନ୍ୟତ୍ର ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ଉକ୍ତ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା । ଏହାକୁ ଦେଖି ଡାକ୍ତର ରୋଗୀଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ରେଫର କରି ଦେଇଥିଲେ । ହେଲେ ଏତିକ ସମୟରେ ନାବାଳିକାଙ୍କ ମୃତ୍ୟ ଘଟିଥିବା ଅଭିଯୋଗ ହୋଇଥିଲା । ପରେ ମେଡ଼ିକାଲ ପରିସରରେ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା କହି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ନିଜ ନିଜ ଭିତରେ ବୁଝାମଣା ସହ ପରିବେଶ ଶାନ୍ତ ହୋଇଥିବା ବେଳେ ପରିବାର ଲୋକେ ଶବ ଧରି ବହୁ ଦୁଃଖରେ ଘରକୁ ଫେରି ଥିଲେ ।