ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ ): ହକି ଲେଜେଣ୍ଡ ମେଜର ଧ୍ୟlନଚାନ୍ଦଙ୍କ ଜନ୍ମ ବାର୍ଷିକୀ ତଥା ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ୨୯ ତାରିଖରୁ ୩ ଦିନ ଧରି ସୁନ୍ଦରଗଡ଼ ସଦର ମହକୁମା ଠାରେ ବିଭିନ୍ନ କ୍ରୀଡ଼ା ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟା ୫.୩୦ ସମୟରେ ଭବାନୀ ଭବନ ଷ୍ଟାଡିୟମ ପରିସରରେ ସିପକ୍ ଟାକ୍ରୋ ଖେଳର ଆୟୋଜନ କରାଯାଇ ଥିଲା l ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ଵ କେସନ ପାଣ୍ଡେ ଖେଳକୁ ଉଦଘାଟନ କରିଥିଲେ l ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୧୦ ଟି ଦଳ ଆସି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଥିଲେ l ଶେଷରେ ସମସ୍ତ ଦଳକୁ ଅତିଥିମାନଙ୍କ ଦ୍ଵାରା ଟ୍ରଫି ପ୍ରଦାନ କରାଯାଇଥିଲା l ଠିକ୍ ସେହିପରି ଗତ ଗୁରୁବାର ସକାଳ ୮ ଟା ସମୟରେ ଏକ ମିନି ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାରାଥନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ରାସ୍ତାଠାରୁ ବାହାରି ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ୬୦୦ ଜଣ କ୍ରୀଡ଼ା ପ୍ରେମୀ ଅଂଶଗ୍ରହଣ କରିଥିଲେ l ଯେଉଁଥିରେ କି ଛାତ୍ରଛାତ୍ରୀ, ସାଇ, ଜିଲ୍ଲା କ୍ରୀଡ଼ା ସଂସଦ ଏବଂ ସ୍ପୋର୍ଟସ ହଷ୍ଟେଲର ପ୍ରଶିକ୍ଷାର୍ଥୀ, କ୍ରୀଡ଼ା ପ୍ରେମୀ ପ୍ରମୁଖ ସାମିଲ ହୋଇଥିଲେ । ପରେ ଭବାନିପୁର ହକି ଟ୍ରେନିଂ କେନ୍ଦ୍ର ଠାରେ ହକି ମ୍ୟାଚ୍ ଓ ତୀରନ୍ଦାଜ୍ ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ଫୁଟବଲ, ବକ୍ସିଂ ଏବଂ କରାଟେ ଖେଳ ଅନୁଷ୍ଠିତ କରଯାଇଥିଲା l ଶନିବାର ସିପକ୍ ଟାକ୍ରୋ ଏବଂ ବ୍ୟାଡମିଣ୍ଟନ ଖେଳ ପ୍ରଦର୍ଶନ କରଯାଇଥିଲା l