ମାଳତୀ ବସ୍ ଦୁର୍ଘଟଣା, 7ରୁ ଉର୍ଦ୍ଧ ଯାତ୍ରା ଆହତ….

ଅନୁସନ୍ଧାନ ଭାରତ (ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ ଲିଙ୍ଗଗଡ଼ ସ୍ଥିତ ବନ୍ଦ ପାଖରେ ଓଆର 12-ସି 2142 ନମ୍ବର ଯାତ୍ରୀ ବାହୀ ବସ ମାଳତୀ ଦୁର୍ଘଟଣାର ସମ୍ମୁଖୀନ ହୋଇଛି l ଏହି ଦୁର୍ଘଟଣାରେ 7ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇ ଥିବା ସୂଚନା ମିଳିଛି l ଘଟଣା ଅନୁସାରେ ଅପରାହ୍ନ 12 ଘଣ୍ଟିକା ସମୟରେ ଏହି ବସ 50ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଆସିକା ଅଭିମୁଖେ ଯାଉଥିଲା l ଏହି ସମୟରେ ଲିଙ୍ଗଗଡ଼ ଠାରେ କିଛି ଗାଇ ଓ ବଳଦ ହଠାତ ବସ୍ ସମ୍ମୁଖକୁ ଆସି ଥିଲେ l ଏତିକି ବେଳେ ବସ ଚଳକ ଗାଈଙ୍କୁ ବଂଚେଇ ବାକୁ ଚେଷ୍ଟା କରିବା ବେଳେ ବସ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ବିଲ ଭିତରକୁ ଓଲଟି ପଡ଼ି ଥିଲା l ଖବର ପାଇ ସ୍ଥାନୀୟ ବାସିନ୍ଧା ସେଠାରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରି ତିନୋଟି ଆଟୋ ଯୋଗେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠେଇ ଥିଲେ l ଖବର ପାଇ ପୁଲିସ ଓ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲା l ବସ୍ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସ୍ଥାନୀୟ ବାସିନ୍ଧା ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ନ ଥିବା ସ୍ଥାନୀୟ ବାସିନ୍ଧା କହିଛନ୍ତି l ହେଲେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ମୃତ ଘଟିନ ଥିବା ପୁଲିସ ସୂଚନା ଦେଇଛି l