ସାମ୍ବାଦିକଙ୍କ ନିମନ୍ତେ ଯାତ୍ରୀ ପରିବହନ ବସରେ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷଣ ନିମନ୍ତେ ଦାବୀ..

ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ଆବାହକ ଶ୍ରୀ ଶକ୍ତି ଦାଶ, ସଭାପତି ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ ଓ ସମ୍ପାଦକ ହରିହର ଶତପଥୀଙ୍କ ସମେତ ସଂଘର ସଦସ୍ୟ ରଞ୍ଜିତ କୁମାର ପାଢ଼ୀ(ଟୁଟୁ) ଓ ମନୋଜ କୁମାର ନାଲା ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବ ଶଙ୍କର ଚୌଧୁରୀଙ୍କୁ ବ୍ୟକ୍ତିଗତ ସାକ୍ଷାତ୍ କରି ୩ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଦର ତାଲିକା ଅନୁସାରେ ବସ ମାଲିକମାନେ ଟିକଟ ନନେଇ ଅତ୍ୟଧିକ ଦର ଉପଭୋକ୍ତା ମାନଙ୍କ ଠାରୁ ଚଢା ଦର ନେଉଥିବା ଅଭିଯୋଗ ହେଉଛି l ଏଣୁ ପ୍ରତ୍ୟକ ବସ ଓ ବସଷ୍ଟାଣ୍ଡ ମାନଙ୍କରେ ଏହି ଦର ତାଲିକା ଗୁଡିକୁ ସ୍ପଷ୍ଟ ଓ ପ୍ରାଞ୍ଜଳ ଭାବେ ଲେଖି ଲଗାଇବା, ଅନେକ୍ ଯାତ୍ରୀ ପରିବହନ ବସରେ ଫାଷ୍ଟଏଡ୍ ବକ୍ସ ରହିବା ନିୟମ ରହିଥିବା ବେଳେ କୌଣସି ଫାଷ୍ଟଏଡ୍ ବକ୍ସରେ ଉପଯୁକ୍ତ ଔଷଧ ରଖାନଯାଇ କେବଳ ନାମକୁ ମାତ୍ର ରଖାଯାଉଥିବା ହେତୁ ଏହାର ନିୟମିତ ଯାଞ୍ଚ ପୂର୍ବକ ବ୍ୟବସ୍ଥା କରାଯାଇ ଆବଶ୍ୟକ ଫାଷ୍ଟଏଡ୍ ରଖିବା ଓ ପ୍ରତ୍ୟକ ବସ ମାନଙ୍କରେ ଯେପରି ବିକଳାଙ୍ଗ, ମହିଳା, ଭିଭିଆଇପି ଓ ଏମ୍.ପି, ଏମ୍ଏଲ୍ଏଙ୍କ ନିମନ୍ତେ ଯେଉଁ ଭଳି ସ୍ଥାନ ସଂରକ୍ଷିତ ରହୁଅଛି ଅନୁରୂପ ଭାବେ ସମାଜର ଦିଶା ଦର୍ଶନ କରାଉଥିବା ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ତଥା ପତ୍ରକାରଙ୍କ ନିମନ୍ତେ ଏକ୍ ନିର୍ଦ୍ଧିଷ୍ଟ ସ୍ଥାନ ସଂରକ୍ଷଣ କରାଯିବା ଭଳି ଦାବୀ ଉପସ୍ଥାପନ କରିଥିଲେ l ଏନେଇ ଯଦି କିଛି ଆଖି ଦୃଶିଆ ପଦକ୍ଷେପ ନ ନିଆ ଯାଏ ତାହା ହେଲେ ଏନେଇ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଘଟଣା ଟି ପରିବହନ ବିଭାଗର ମନ୍ତ୍ରୀ, କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଂଘ ଆବାହକ ଶକ୍ତି ଦାଶ ସୂଚନା ଦେଇଛନ୍ତି l