କୋକସରା( ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ ସହିତ କୁଶମାଲ ଛକ ନିକଟରେ ଏକ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ଦୁଇ ଜଣ ଯୁବକ ଆହତ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ମାନେ ହେଲେ ଧର୍ମଗଡ ବ୍ଲକ ଜୟନ୍ତପୁର ଗ୍ରାମର ଗୟାଧର ଲୁହାର(୨୫) ଓ ସୁବୋଧ ଭୋଇ(୩୦) ବୋଲି ଜଣାପଡିଛି। ସେମାନେ ଜୟପାଟଣା ଥାନା ଘଣ୍ଟିଗୁଡାକୁ କୌଣସି କାମରେ ଯାଇ ଫେରୁଥିବା ବେଳେ କେସିଙ୍ଗାରୁ ପିପଲଗୁଡା ଯାଉଥିବା ଘରୋଇ ବସ ସହ କୁଇଶମାଲ ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଆହତ ଯୁବକଙ୍କୁ ବସ କଣ୍ଡକ୍ଟର ଏକ ବୋଲେରୋ ଗାଡିରେ ଆଣି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଥିବା ସୁଭଦ୍ରା ବସକୁ ସ୍ଥାନୀୟ ଲୋକ ଜୟପାଟଣା ପୁଲିସର ଜିମା ଦେଇଥିବା ସୂଚନା ମିଳିଛି ।