ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଯୁବକ ଗୁରୁତର…

କୋକସରା(ତ୍ରିଲୋକ୍ୟ ବେଶ୍ରା): କୋକସରା ବ୍ଲକ ଜାତୀୟ ରାଜପଥ ୨୬ ମହାଜନଗୁଡାରୁ କେନ୍ଦୁ ଡଙ୍ଗରି ରାସ୍ତାର ଏକ ବୁଲାଣିରେ ଭାରସାମ୍ୟ ହରାଇ ଶନିବାର ସନ୍ଧ୍ୟାରେ ଏକ ବାଇକ ରାସ୍ତା ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି l ଘଟଣା ସମ୍ପର୍କରେ ଖବର ପାଇ କୋକସରା ବ୍ଲକ କାଉଡୋଳା ଗ୍ରାମର ଜଣେ ଯୁବ ସାମ୍ବାଦିକ ତ୍ରିଲୋକ୍ୟ ବେଶ୍ରା ଓ ସ୍ଥାନୀୟ ଗ୍ରାମର କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସହାୟତାରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗୁରୁତର ଯୁବକ ହେଉଛନ୍ତି କାଉଡୋଳା ପଞ୍ଚାୟତ ବାଞ୍ଜି ବାହାଲ ଗ୍ରାମର କୌଦଣ୍ଡ ମାଝୀ (୩୦) ବୋଲି ଜଣାପଡିଛି । ଦୁର୍ଘଟଣାରେ ଯୁବକଙ୍କ ଡାହାଣ ଗୋଡ଼ ଭାଙ୍ଗି ଥିବା ବେଳେ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି ।