ବିଦାୟକାଳୀନ ଅବସରରେ।ବୃକ୍ଷରୋପଣ କରି ଉଦାହରଣ ସୃଷ୍ଟି କଲେ ପ୍ରଧାନ ଶିକ୍ଷକ…

ଭବାନୀପାଟଣା(ତୁଳମଣି ନାଗ): ସ୍ଥାନୀୟ ରିଷିଗାଁ କ୍ଲସଷ୍ଟର ଅଧୀନସ୍ଥ କେରୋକୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାସଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇ ଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ରିଷିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈକୁଣ୍ଠ ବେମାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦାୟୀ ଶିକ୍ଷକ ଶ୍ରୀ ଦାସଙ୍କ କରକମଳରେ.ଖୁସି ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅମଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶକ୍ତିଶ୍ୱର ନିଆଲ, ସମ୍ମାନୀୟ ଅତିଥି ଭାବରେ ଟିକ୍ରାପଡା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପଦ୍ମନ ମହାରଣା, ମୁରଲି ନିହାଲ, ଜିତାମିତ୍ର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ବାଗ ପ୍ରମୁଖ ଯୋଗଦାନ କରି ବିଦାୟୀ ଶିକ୍ଷକଙ୍କ ଅସାଧାରଣ କାର୍ଯ୍ୟ ଦକ୍ଷତା ଭରା ପାରଦର୍ଶିତା ପୂର୍ଣ୍ଣ ଜୀବନ ସମ୍ବନ୍ଧରେ ନିଜନିଜ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଭୁବନହରି ପ୍ରଧାନ ସ୍ୱାଗତ ସମ୍ଭାଷଣ ପ୍ରଦାନ ପୂର୍ବକ ସମସ୍ତ କାର୍ଯ୍ୟର ଆୟୋଜନ କରିଥିଲେ । ନିଜ ବକ୍ତବ୍ୟରେ ବିଦାୟୀ ପ୍ରଧାନଶିକ୍ଷକ ଆଗାମୀ ଭବିଷ୍ୟତର ମଙ୍ଗଳ କାମନା କରିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜ ତରଫରୁ ହସ୍ତାକ୍ଷର ଖାତା ଏବଂ ଡ଼ଟପେନ ବଣ୍ଟନ କରିଥିଲେ । ବରିଷ୍ଠ ଶିକ୍ଷକ ଭୁଜବଳ କେତକୀ ସଭାକାର୍ଯ୍ୟ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ବତ୍ସଳ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କ ଏଭଳି ସହୃଦୟ ସମର୍ପଣ ସେବାଭାବକୁ ସମଗ୍ର ଅଂଚଳରେ ଭୂୟସୀ ପ୍ରଶଂସା କରାଯାଇଛି ।