ଲାଞ୍ଚ ନେବାବେଳେ କୋଟଗଡ଼ ଥାନା ଏଏସଆଇଙ୍କୁ ଗିରଫ କଲା ଭିଜିଲାଞ୍ଚ ଟିମ…

ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଏଏସଆଇଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଗିରଫ କରିଛି । କୋଟଗଡ଼ ଥାନା ଏଏସଆଇ ରଜନୀ କାନ୍ତ ଦାସ ଏକ ବିଚାରଧୀନ ମାମଲାରେ ସାହାଯ୍ୟ କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ମାଗୁଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି l ସୂଚନା ଅନୁଯାୟୀ, ବଣ୍ଡା ପିଲିଲି ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଗଣ୍ଡଗଳ ମାମଲା ରଫା ଦଫା କରିବା ପାଇଁ 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋଟଗଡ଼ କାଳି ମନ୍ଦିର ପାଖରେ ଧାରା ପଡିଛନ୍ତି । ବ୍ରହ୍ମହପୁର ଭିଜିଲାନ୍ସ ଟିମ ରଜନୀ କାନ୍ତଙ୍କୁ ଟଙ୍କା ସହ ଧରିଛନ୍ତି ଏବଂ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।