ପରିଡ଼ା ଗ୍ରାମରେ ମୋବାଇଲ ଟାୱାର ବସିଛି ସତ କିନ୍ତୁ କାର୍ଯ୍ୟରେ ଆସୁନି….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତରେ ଗତ କିଛି ଦିନ ତଳେ ବିଏସସେନାଲ ନେଟୱର୍କକୁ ନେଇ ଅଭିଯୋଗ କରାଯାଇଥଲା l ଏହି ଟାୱାର ନିର୍ମାଣ କାର୍ଯ୍ୟ ନିମ୍ନମାନ ହେବା ସତ୍ୱେ ବିଏସସେନାଲ ଟାୱାର ନିର୍ମାଣ ହୋଇଛି କିନ୍ତୁ ନେଟୱର୍କ ରହୁ ନାହିଁ l ପରିଡ଼ା ପଞ୍ଚାୟତର ଭାଲେରି ଗ୍ରାମରେ ଜିଓ ଟାୱାର ବସି ଥିଲେ ମଧ୍ୟ ନେଟୱର୍କର ସମସ୍ୟା ଦେଖା ଯାଉଛି l ପଞ୍ଚାୟତ ଓ ଭାଲେରି ଗ୍ରାମକୁ ମାତ୍ର ଦେଢ଼ କିମି ଦୂରତା କିନ୍ତୁ ପଞ୍ଚାୟତର ଅଫିସ କାର୍ଯ୍ୟ ହୋଉ କିମ୍ୱା ସିଏସପି ଗ୍ରାହକ ସେବା କେନ୍ଦ୍ର ହୋଉ ଇଣ୍ଟରନେଟର ଅସୁବିଧା ଯୋଗୁଁ କୌଣସି କାର୍ଯ୍ୟ ହେଇପାରୁ ନ ଥିବା ଉପଭୋକ୍ତା ଅଭିଯୋଗ କରିଛନ୍ତି l ନେଟୱାର୍କ ସମସ୍ୟା ଯୋଗୁଁ ଆଜକୁ ପାଞ୍ଚ ମାସ ହବ ଗ୍ରାହକ ସେବା କେନ୍ଦ୍ରରେ ଅନଲାଇନ କାର୍ଯ୍ୟ ବା ବ୍ୟାକିଂଙ୍କ କାମ ବହୁତ କଷ୍ଟରେ ଚାଲୁ ଥିବା ଦେଖା ଦେଇଛି l ମାତ୍ର 2300 ମିଟର ଦୂରତାରେ ଜିଓ ଟାୱାର ବସିଛି କିନ୍ତୁ ନେଟୱର୍କ ଦ୍ୱାରା ଭଇସ କଲର ସୁବିଧା କିଛି ଜାଗାରେ ମିଳୁଛି କିନ୍ତୁ ନେଟର ସୁବିଧା ମିଳିବା କଷ୍ଟ ହେଉ ଥିବା ଉପଭୋକ୍ତା କହି ଛନ୍ତି l ପ୍ରାୟ ପରିଡ଼ା ପଞ୍ଚାୟତରେ ଜିଓ ଗ୍ରାହକ ଶତକଡ଼ା 90/% ଅଛନ୍ତି କିନ୍ତୁ ଜିଓର ରେଞ୍ଜ କମ ଥିବା ଯୋଗୁଁ ପଞ୍ଚାୟତ ବାସୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁ ଥିବା କହିଛନ୍ତି ଗ୍ରାମବାସୀ l ଏ ନେଇ ଗ୍ରାମର ସିଏସପି ପୋଇଁଟ ବାଳ ରାଜୁ, ସୁରଥ ସିଂ, ସରପଞ୍ଚ ପିନାସ ରାଇତ, ସମିତି ସଭ୍ୟା କାଳକା ସରସ୍ବତୀ, ନାଏବ ସରପଞ୍ଚ, ଗୁଣବତୀ ସିଂ, ଅଟଳ ଲିମା ଓ ଉତ୍ତମ ସିଂ, ଦିଗନ ରାଇତ ଆସନ୍ତଷ ପ୍ରକାଶ କରିଛନ୍ତି l